ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ କ୍ରିକେଟର ଟିକେଟ ବିକ୍ରି ନୈରାଶ୍ୟଜନକ

ଓଡ଼ିଆ ବାର୍ତ୍ତା/ ମୋହାଲୀ: ସ୍ଥାନୀୟ ଆଇଏସ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚର ଟିକେଟ ବିକ୍ରି ନୈରାଶ୍ୟଜନକ ରହିଛି । ପଞ୍ଜାବ କ୍ରିକେଟ ଆସୋସିଏଶନ ଗୋଟିଏ ଟିକେଟ ସହ ଆଉ ଗୋଟେ ମାଗଣା କରିଥିଲେ ମଧ୍ୟ ଦର୍ଶକ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଷ୍ଟାଡିୟମରେ ଟିକେଟ କାଂଉଟର ବ୍ୟତୀତ ଆଇସିଆଇସିଆଇ ବ୍ୟାଙ୍କରେ ମଧ୍ୟ ଏହା ବିକ୍ରି ହେଉଛି । ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ୧୦୦ ଟଙ୍କିଆ ଟିକେଟ ବିକ୍ରି ହୋଇ ସାରିଛି । ୧୦୦୦ ଓ ୫୦୦୦ ମୂଲ୍ୟର ଟିକେଟ ବିକ୍ରି ହୋଇଯିବ ବୋଲି ପିସିଏ ଆଶା ବ୍ୟକ୍ତ କରିଛି । ତେବେ ୩୦୦୦, ୧୦,୦୦୦ ଓ ୨୦,୦୦୦ ଟିକେଟ ବିକ୍ରି ସେଭଳି ଉତ୍ସାହଜନକ ରହି ନାହିଁ । ବିରାଟ କୋହଲି, ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ମ୍ୟାଚରେ ବିଶ୍ରାମ ଦିଆଯାଇଛି । ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ପ୍ରଶଂସକଙ୍କୁ ବିମୁଖ କରିଥିବା ଅନୁମାନ କରାଯାଉଛି । ମୋହାଲୀରେ ଶୁକ୍ରବାର ସକାଳେ ଉଭୟ ଟିମର ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିବେ । ଏହି ଦିବାରାତ୍ର ମ୍ୟାଚ ପାଇଁ ଉଭୟ ଟିମ ଚଣ୍ଡୀଗଡରେ ପଂହଚି ସାରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.