କିଡିଙ୍ଗ ଗାଁ ଗୌତିଆ ପରିବାର ପକ୍ଷରୁ ନୂଆଖାଇ ଭେଟଘାଟ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ କିଡିଙ୍ଗ ଗ୍ରାମର ବଡ଼ପଡ଼ା ଠାରେ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ମହାନ୍ ଗଣପର୍ବ ନୂଆଖାଇ ଅବସରରେ କିଡିଙ୍ଗ ଗାଁ ଗୌତିଆ ପରିବାର ପକ୍ଷରୁ ନୂଆଖାଇ ଭେଟଘାଟ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାଁ ଗୌତିଆ ସତ୍ୟନାରାୟଣ ନାଗ ଓ ମନୋହର ବଗର୍ତ୍ତୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ନିଜ ବକ୍ତବ୍ୟ ରଖିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ଅନଙ୍ଗ ମାଝୀ, ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ, ନିଲେଶ କୁମାର ନାଗ, ବିଶ୍ବନାଥ ଶବର, ଫକିର ବଗର୍ତ୍ତୀ, ଦଶରଥ ଶବର, ଅନନ୍ତ ଛତ୍ରିଆ, ଲୋଚନ ଶବର,ଗୁଣ ବଗର୍ତ୍ତୀ, ମନୋଜ ଛତ୍ରିଆ, ଇଶ୍ଵର ବଗର୍ତ୍ତୀ, ରୁଟୁ ଶବର, ବାସୁ ଶବର, ପବିତ୍ର ଭରାସଗରିଆ, ଭାସ୍କର ଶବର, ଧନେଶ୍ଵର ଛତ୍ରିଆ, ରାମ ଗଉଡ଼ ପ୍ରମୁଖ ଯୋଗଦାନ କରି ନୂଆଖାଇ ଗଣପର୍ବର ଗୁରୁତ୍ୱ ଓ ପରମ୍ପରା ଉପରେ ନିଜସ୍ୱ ମତବ୍ୟକ୍ତ କରିଥିଲେ। ବିଶିଷ୍ଠ ବ୍ୟକ୍ତି ତଥା ଅନ୍ୟାନ୍ୟ ଅତିଥି ବୃନ୍ଦଙ୍କୁ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ପୁନଶ୍ଚ ଏହି ଅବସରରେ ଲୋକନୃତ୍ୟ ପ୍ରତିଯୋଗିତାର କୃତୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଏଥିରେ ପଙ୍କଜ ବଗର୍ତ୍ତୀ, ବୁଦ୍ଧିଆ ବଗର୍ତ୍ତୀ, ଦେବାନନ୍ଦ ବଗର୍ତ୍ତୀ, ଲାଲୁ ନାଗ,ଡିଲୁ ବଗର୍ତ୍ତୀ, ଜଗନ୍ନାଥ ବଗର୍ତ୍ତୀ, ଶୁକ୍ରୁ ବଗର୍ତ୍ତୀ, ଥକା ବାଗ, ଡମ୍ବରୁଧର ଶବର ଚନ୍ଦନ ଶବର, ନବୀନ ଗଉଡ଼, ବଡ଼ ବଗର୍ତ୍ତୀ, ଟିଲୁ ଗଉଡ଼, ଜିତେନ୍ ଗଉଡ଼, ସାଗରୀ ଗହିର ଜନନୀ ଗଉଡ଼, ଦୀପ୍ତି ବଗର୍ତ୍ତୀ,ଲବ୍ଲି ଗଉଡ଼, ଜୁଲି ପୋଡ଼ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.