୧୫ଦଫା ଦାବି ପୂରଣ ହେଲା ନାହିଁ : ସରକାରୀ କାର୍ଯ୍ୟକୁ ଅସହଯୋଗ କରିବ ଜିଲ୍ଳା ସରଂପଚ ମହାସଂଘ

କଲମ ଛାଡ ନିଷ୍ପତିକୁ ନେଇ ରାୟଗଡା ବିଡିଓଙ୍କୁ ଦେଲେ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ ରାୟଗଡା/ (ଶିବ ନାରାୟଣ ଗୈାଡ) : ତ୍ରୀସ୍ତରୀୟ ପଂଚାୟତରାଜ ବ୍ୟବସ୍ଥାକୁ ଅଣଦେଖା କରି ପଂଚାୟତରାଜ ବ୍ୟବସ୍ଥାକୁ ଅସାମ୍ବାଧାନିକ ଭାବେ କ୍ଷୁର୍ଣ୍ଣ କରାଯାଉଥିବାରୁ ଗତ ୧୪ ତାରିଖରେ ରାୟଗଡା ଜିଲ୍ଳାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡା ସରପଂଚ ମହାସଂଘ ପକ୍ଷରୁ ୧୨ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ଏବଂ ରାଜ୍ୟ ସରଂପଚ ମହାସଂଘ ପକ୍ଷରୁ ୧୫ଦଫା ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗତ ସେପ୍ଟେମ୍ବର ୧୫ତାରିଖରେ ପଂଚାୟତରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏ ନେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ସୁଦ୍ଧା ଆଲୋଚନା ଏବଂ ନିଷ୍ପତି କରାଯିବା ଉପରେ ପ୍ରତିଶୃତି ଦେଇଥିଲେ । ତେବେ ଆସନ୍ତାକାଲି ୨୨ ତାରିଖ ହେବାକୁ ଥିବା ବେଳେ ଆଜି ଯାଏଁ ସରକାରଙ୍କ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ରାଜ୍ୟ ମହାସଂଘ ଡାକରାରେ ୨୨ ତାରିଖରୁ କଲମ ଛାଡ ଆନ୍ଦୋଳନ ସହ ସରକାରୀ କାର୍ଯ୍ୟରେ ଅସହଯୋଗ ପାଇଁ ଆହ୍ୱାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଳା ସରପଂଚ ମହାସଂଘ ସଭାପତି ତାମାରାଓ ବିଡିକାଙ୍କ ନେତୃତ୍ୱରେ ରାୟଗଡା ବ୍ଳକ ପଂଚାୟତ ସରପଂଚ ସଂଘ ପକ୍ଷରୁ ଆଜି ରାୟଗଡା ପଂଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତଙ୍କୁ ଆସନ୍ତାକାଲି ଠାରୁ କଲମ ଛାଡ ଓ ସରକାରୀ କାର୍ଯ୍ୟରେ ଅସହଯୋଗକୁ ନେଇ ଏବଂ ରାୟଗଡା ବ୍ଳକର ସମସ୍ତ ଗ୍ରାମ ପଂଚାୟତର ସରପଂଚଙ୍କ ଡିଏସସି ଟୋକେନ ହସ୍ତାନ୍ତର ନିମନ୍ତେ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଳା ମହାସଂଘ ସଂପାଦକ ତଥା ମିରାବାଲି ପଂଚାୟତ ସରପଂଚ ଅଶୋକ ପୁଲାକା,ବଡଇରକୁବାଡି ସଂରପଂଚ କାମେଶ୍ୱର ତାଡିଙ୍ଗି,ଜେମାଦେଇପେଣ୍ଠ ସରପଂଚ ମିତା ପୁଆଲା,କେରଡା ସରପଂଚ ବିଜୟଲକ୍ଷ୍ମୀ ହିମିରିକା, ପିତାମହଲ ସରପଂଚ ଟୁୁଟୁ ତାଡିଙ୍ଗି,ପିପଲଗୁଡା ସରପଂଚ ରେଣୁକା ମାଣ୍ଡାଙ୍ଗିଙ୍କ ସମେତ ଅନ୍ୟାନ୍ୟ ପଂଚାୟତର ସରପଂଚମାନେ ଉପସ୍ଥିତ ରହିଥିଲେ । ପଂଚାୟତରାଜ ବ୍ୟବସ୍ଥା ଗ୍ରାମାଂଚଳକୁ ସୁଦୃଢ କରିବା ପାଇଁ ୭୩ତମ ଅଧିନିୟମ ଅନୁଯାୟୀ କ୍ଷମତା ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ବିଭିନ୍ନ ସରକାରୀ ଆଦେଶ ମାଧ୍ୟମରେ ଗ୍ରାମ ପଂଚାୟତର ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି । ଏଥି ନିମନ୍ତେ ପ୍ରଦାନ କରାଯାଇଥିବା ଦାବିଗୁଡିକ ମଧ୍ୟରେ ଗ୍ରାମ ପଂଚାୟତକୁ ୫୦ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଟଙ୍କା ଆସୁଥିଲେ ବିଡିଓଙ୍କ ଯେଉଁ କାଉଂଟର ସାଇନ୍ ଆବଶ୍ୟକ ତାହାକୁ ହଟାଇବା,  ପଲ୍ଳିସଭା ଓ ଗ୍ରାମସଭାକୁ ଗୁରୁ୍‌ତ୍ୱ ଦେବା,ୱାର୍ଡ ସଭ୍ୟସଭ୍ୟାଙ୍କ ଅନାସ୍ଥା ପ୍ରସ୍ତାବ ବନ୍ଦ କରିବା, ବସୁଧା ଯୋଜନା ଓ ରାସ୍ତା ଆଲୋକୀକରଣରେ ଆସୁଥିବା ବିଦ୍ୟୁତ ବିଲକୁ ସରକାର ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବା, ଆମ ଓଡିଶା ନବୀନ ଓଡିଶା ଯୋଜନାର ଅର୍ଥ ଗ୍ରାମସଭା ମାଧ୍ୟମରେ ପାରିତ କରିବା,ସରପଂଚମାନଙ୍କ ସମ୍ମାନମୂଳକ ଭତା ୩୦ହଜାର ଟଙ୍କାକୁ ବୃଦ୍ଧି କରିବା ଓ ଅବସରକାଳୀନ ଭତା ମାସିକ ୫ହଜାର ଟଙ୍କା ପ୍ରଦାନ କରିବା, ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବା, ପଂଚାୟତର ପିଡିଏସ ବ୍ୟବସ୍ଥାରେ ସରପଂଚ ଓ କାର୍ଯ୍ୟ ନିର୍ବାହୀଙ୍କ ନାମରେ ଅର୍ଥ ନେଣଦେଣ କରିବା, ପଂଚାୟତରେ ଜନସଂଖ୍ୟା ହାର ଅନୁଯାୟୀ ଅର୍ଥ ପ୍ରଦାନ କରିବା ଭଳି ଅନ୍ୟାନ୍ୟ ଦାବିଗୁଡିକ ମହାସଂଘ ପକ୍ଷରୁ ପୂରଣ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ କଲମ ଛାଡ ଓ ସରକାରୀ କାର୍ଯ୍ୟରେ ଅସହଯୋଗ ନିଷ୍ପତି ସରକାରଙ୍କୁ ଦାବି ପୂରଣ ଦିଗରେ ଦୃଷ୍ଟି ଆର୍କଷଣ କରିହେବ ବୋଲି ଜିଲ୍ଳା ସରପଂଚ ମହାସଂଘ ସଭାପତି ତାମାରାଓ ବିଡିକା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.