ଏନସିସି ଡିଡିଜି ଜେ.ସୁରେଶଙ୍କ ରାୟଗଡା ଗସ୍ତ: ଅଧିକ ସଂଖ୍ୟାରେ ବାଳିକା କ୍ୟାଡେଟ୍‌ଙ୍କୁ ଏନସିସିରେ ସଶକ୍ତିକରଣ କରିବା ଲକ୍ଷ୍ୟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ସମର ଶିକ୍ଷାର୍ଥୀ ବାହିନୀ ଓଡିଶା(ଏନସିସି)ର ଡେପୁଟି ଡାଇରେକ୍ଟର ଜେନେରାଲ୍ ଜେ.ସୁରେଶ ଦିନିକିଆ ରାୟଗଡା ଗସ୍ତରେ ଆସି ସହରର ରାମକୃଷ୍ଣ ନଗରସ୍ଥିତ ୨ୟ ଓଡିଶା ଏନସିସି ବାଳିକା ବାଟାଲିୟନ୍ କାର୍ଯ୍ୟାଳୟ ପରିଦର୍ଶନ ଏବଂ ତଦାରଖ କରିବା ସହ ମହିଳା ମହାବିଦ୍ୟାଳୟର ଏନସିସି କ୍ୟାଡେଟ ଓ ଛାତ୍ରୀମାନଙ୍କ ସହ ଏନସିସି ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଓଡିଶାରେ ବାଳକମାନଙ୍କ ଅପେକ୍ଷା ବାଳିକାମାନଙ୍କ ଏନସିସି ପ୍ରତି ଅଧିକ ଉତ୍ସାହ ରହିଥିବା ଦେଖିବାକୁ ମିଳିଥିବାରୁ ଅଧିକ ସଂଖ୍ୟାରେ ବାଳିକା କ୍ୟାଡେଟ୍‌ଙ୍କୁ ଏନସିସିରେ ସଶକ୍ତିକରଣ ମୋର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ସୁରେଶ ପ୍ରକାଶ କରିଛନ୍ତି । ସେହିପରି ଓଡିଶାରେ ଏବେ ଏନସିସି ନିମନ୍ତେ ଭିତିଭୂମିର ବିକାଶ ପୂର୍ବାପେକ୍ଷା ଅଧିକ ହେଉଥିବା ବେଳେ ବିଭିନ୍ନ ପ୍ରତିଷ୍ଠାନରେ ଅବଷ୍ଟକାଲ ଓ ଫାୟରିଂ ଭଳି କୋର୍ସ ଦିଆଯାଉଥିବା ବେଳେ ଅନେକାଂଚଳରେ ଜନବସତି ଗଢି ଉଠୁଥିବାରୁ ଫାୟରିଂ ରେଂଜ ପ୍ରଶିକ୍ଷଣ ନିମନ୍ତେ କିଛି ଅସୁବିଧା ରହୁଛି ଯାହା କି ଆଗାମୀ ଦିନରେ ଏହାର ମଧ୍ୟ ସମାଧାନ ପାଇଁ ନିଷ୍ପତି କରାଯାଉଥିବା ଶ୍ରୀ ସୁରେଶ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ପୂର୍ବାହ୍ନରେ ପ୍ରଥମେ ଡିଡିଜି ଶ୍ରୀ ସୁରେଶ ବାଳିକା ବାଟାଲିୟନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ଏନସିସି କ୍ୟାଡେଟ୍‌ମାନଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ହନର୍ର ପ୍ରଦାନ କରାଯାଇଥିଲା । ପରେ ସେଠାରୁ ସେ ମହିଳା ମହାବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ.ଅର୍ଚ୍ଚନା ପଟ୍ଟନାୟକ, ଗଭର୍ଣ୍ଣିଂ ବଡି ସଭାପତି ଡଃ. ଦୁଷ୍ମନ୍ତ କୁମାର ମହାନ୍ତି ଓ ଏନସିସି ଅଫିସର କ୍ୟାପଟେନ୍ ରୀତାରାଣୀ ମିଶ୍ର ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଡିଡିଜି ଶ୍ରୀ ସୁରେଶଙ୍କୁ ସ୍ୱାଗତ କରିଥିବା ବେଳେ ଏନସିସି କ୍ୟାଡେଟ୍‌ମାନଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ହନର୍ର ପ୍ରଦାନ କରିଥିେ ।

Udyog Nursery
Udyogi Nursery

ପରେ କ୍ୟାଡେଟ୍ ଓ ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ଯୋଗ ଦେଇ ଏନସିସି’ରେ ସାମିଲ ହେବା ଦ୍ୱାରା ଜୀବନରେ ସମୟାନୁବର୍ତିତା, ଶାନ୍ତି ଶୃଙ୍ଖଳା, ଦାୟିତ୍ୱ ଓ କର୍ତବ୍ୟବୋଧକୁ ସବୁବେଳେ ସୂଚାରୁରୂପେ ତୁଲାଇ ପାରିବେ ବୋଲି ଡିଡିଜି ଶ୍ରୀ ସୁରେଶ ପ୍ରକାଶ କରିଥିବା ବେଳେ ଗଭର୍ଣ୍ଣିଂ ବଡି ସଭାପତି ଶ୍ରୀ ମହାନ୍ତି ଏନସିସି କ୍ୟାଡେଟମାନଙ୍କ ସଫଳତା ବିଷୟରେ ଅବଗତ କରାଇଥିଲେ । ସେହିପରି ଅଧ୍ୟକ୍ଷା ଡଃ.ପଟ୍ଟନାୟକ ଅତିଥି ପରିଚୟ ସହ ମହିଳା ମହାବିଦ୍ୟାଳୟରେ ଏନସିସି’ର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିବା ବେଳେ ଏନସିସି ଅଫିସର କ୍ୟାପଟେନ୍ ରୀତାରାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୨ୟ ଓଡିଶା ଏନସିସି ବାଳିକା ବାଟାଲିୟନ କମାଣ୍ଡିଙ୍ଗ ଅଫିସର ଭି. ଶ୍ରୀନିବାସ,ସୁବେଦାର ମେଜର ସୁବାଷ ଜେନାଙ୍କ ସମେତ ଭୁବନେଶ୍ୱରରୁ ସଂକେତ ଦେଓ ପ୍ରମୁଖ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.