ଭାଟକୁମରଡା ଗ୍ରାମରେ ପ୍ରାଣୀ ଚିକିତ୍ସା ଶିବିର  

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଭାଟକୁମରଡା ଗ୍ରାମରେ ଇଫକୋ ଓ ଆଇଏଫଏଫଡିସି ତରଫରୁ ଏକ ପ୍ରାଣୀ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଅଛି । ଏହି ଶିବିରରେ ୩୮୩ ଗୋଟି ପଶୁ ମାନଙ୍କ ଚକିତ୍ସା କରିବା ସହ ସେମାନଙ୍କୁ ମାଗଣାରେ ଔଷଧ ବଣ୍ଟନ ଓ ଟୀକାକରଣ କରାଯାଇଥିଲା । ଇଫକୋର ନିର୍ଦ୍ଦେଶକ ଶିମାଞ୍ଚଳ ପାଢ଼ୀଙ୍କ ନେତୃତ୍ୱରେ ଓ ଆଇଏଫଏଫଡିସି ରାଜ୍ୟ ସଂଯୋଜକ ମୁକେଶ କୁମାର ଖନ୍ନାଙ୍କ ତତ୍ତ୍ୱାବଧାନରେ ଏହି ପ୍ରାଣୀ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି ଶିବିରରେ ପଶୁ ସମ୍ପଦ ଅଧିକାରୀ ଡା.ମନୋଜ କୁମାର ଶତପଥି (ବିଭିଓ), ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଶାନ୍ତା ଅରୁପ ମିଶ୍ର, ଏଲ ଆଇ ପ୍ରିୟଙ୍କା ରାଉତ ଓ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ କ୍ଷେତ୍ର ଅଧିକାରୀ ରବି ନାରାୟଣ ପାଣିଗ୍ରାହୀ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.