ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ,ରାମପୁର ର ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସହଯୋଗ କ୍ରମେ ଦୀକ୍ଷାନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏକାଡେମୀ ର ସଚିବ ପ୍ରବୋଧ କୁମାର ରଥ ଙ୍କ ସୁପାରିଶ କ୍ରମେ ଶୁଭାରମ୍ଭ ହୋଇ ଯାଇଚି । ଶ୍ରୀ ରାମ ମନ୍ଦିର କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଷଦ ର ସଭାପତି ରୁଦ୍ର ପ୍ରତାପ ସିଂ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଧାନ୍ୟାନନ୍ଦ ପଣ୍ଡା, ପ୍ରଶିକ୍ଷକ ଭାବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସ୍ଵୀକୃତି ପ୍ରାପ୍ତ ପ୍ରଶିକ୍ଷକ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଯୋଗ ଦେଇଥିଲେ। ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପରିଷଦ ର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ତାଲିମ କାର୍ଯ୍ୟକ୍ରମ ରେ ପରିଷଦ ର ଉପଦେଷ୍ଟା ପଦ୍ମ ଲୋଚନ ମିଶ୍ର, ଲଳିତ ମହାଳିକ, ଠାକୁର ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ। ସମସ୍ତ କାର୍ଯ୍ୟକ୍ରମ ରେ ଲଲିତ କୁମାର ସ୍ୱାଇଁ, ବିଭୁତି ଭୁଷଣ ମହା ଖୁଡ଼, ବିଜୟ କୁମାର ମହାଖୁଡ଼, ସମ୍ପଦ ଲାଲ୍ ବିଶି ପ୍ରମୁଖ ସହଯୋଗ କରିଥିଲେ। ଆଜି ଶୁଭାରମ୍ଭ ହେଇ ଥିବା ଏହି ତାଲିମ କାର୍ଯ୍ୟକ୍ରମ ଛ ମାସ ଧରି ଚାଲିବ ଏବଂ ଏଥିରେ କାମନା ଦଣ୍ଡ ର ବାଦ୍ୟ କଳା ର ତାଲିମ ପ୍ରଦାନ କରା ଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।