ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଆଜି ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂ ଦେଓ ସଇଁତଲା ବ୍ଲକ ଗ୍ରସ୍ତରେ ଆସି ବିବିନା ପଞ୍ଚାୟତ ସ୍ଥିତ ଛୋକରବାଞ୍ଜି ଗାଁରେ ପହଂଚିଥିଲେ l ଘର ଘର ବୁଲି ପବିତ୍ର ମୃତ୍ତିକା (ମାଟି ) ସଂଗ୍ରହ କରିଥିଲେ l ଏହି କାଯ୍ୟକ୍ରମକୁ ଗାଁର ମହିଳାମାନେ ସମର୍ଥନ କରିଥିବା ବେଳେ ସଂକୀର୍ତନ କରି ସାଂସଦ ଶ୍ରୀମତି ସିଂ ଦେଓ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ଏହାପରେ ଗ୍ରାମ ପରିଭ୍ରମଣ ସାରିବା ପରେ ଗାଁ ମଧ୍ୟରେ ବଲାଙ୍ଗୀର ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନେତାଜୀ ଯୁବ ସଂଘ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ସାଂସଦ ଲୋକମାନଙ୍କ ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ l ପୁଣି ଗାଁ ଆସିବି ବୋଲି ଉପସ୍ଥିତ ଜନସାଧାରଣ ଙ୍କୁ କହିଥିଲେ l ପରେ କରମତଲା ପଞ୍ଚାୟତ ସ୍ଥିତ ତୃଷ୍ଣାପାଲି ଗାଁର ଶହୀଦ ଥବିର ସିଂ ବୁଡ଼େକ ଙ୍କ ପତ୍ନୀ ରୀନା ବୁଡ଼େକ ଙ୍କୁ ସମ୍ମାନିତ କରିଥିଲେ l ଗାଁ ରେ ଶହୀଦ ଥବିର ଙ୍କ ପ୍ରତିମୃତ୍ତି ନିର୍ମାଣ କରିବା ପାଇଁ ସାଂସଦ ପ୍ରତିଶୃତି ଦେଇଥିଲେ l ଏହାପରେ ସ୍ଥାନୀୟ ରେଲୱେ ଷ୍ଟେସନ ଠାରେ ସ୍ୱଚ୍ଛ ଭାରତ ସପ୍ତାହରେ ଅବସରରେ ସ୍ୱଚ୍ଛତା କାଯ୍ୟକ୍ରମ କରାଯାଇଥିଲା l ଏଥିରେ ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ମହେନ୍ଦ୍ର ଠାକୁର, ମୁକେଶ ଜୈନ, ନରସିଂହ ସିଂ, ଦୁଃଖିଶ୍ୟାମ ରଣା, ଦର୍ଶନ ପ୍ରଧାନ, ସୁବାସ ବେହେରା, ଗଦାଧର ବଗର୍ତି, ବବୁଲୁ ବୁଡ଼େକ, ରଞ୍ଜନ ବୁଡ଼େକ, ସରୋଜ ସାହୁ ଦଳୀୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ l ପରେ ରାଜେନ୍ଦ୍ର ନାରାୟଣ ସିଂ ଦେଓ ଖେଳ ପଡିଆ ଠାରେ ଆୟୋଜିତ ସାଂସଦ ଖେଳ ମହୋତ୍ସବରେ ଅବସରରେ ଫୁଟବଳ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା ହୋଇଥିଲା l ଏଥିରେ ସାଂସଦ ଶ୍ରୀମତି ଦେଓ ଯୋଗଦାନ କରି ଉଭୟ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଉକ୍ତ ଖେଳରେ ନେତାଜୀ ଯୁବ ସଂଘ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l