ଡ଼ଙ୍ଗାବାହାଲରେ ନୂଆଁଖାଇ ଭେଟ ଘାଟ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କୁଇକେଡ଼ା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡ଼ଙ୍ଗାବାହାଲ ଗ୍ରାମ ଠାରେ ବିଶ୍ୱାବସୁ ଶବର ସମାଜ ଆନୁକୂଲ୍ୟରେ ଏକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ସଭାପତି ସତ୍ୟନାରାୟଣ ଭୋଇ ଯୋଗ ଦେଇ ନୂଆଁଖାଇ ମାଟି ମା ର ପର୍ବ ଆଦିବାସୀ ଏ ମାଟି ର ସନ୍ତାନ ପ୍ରକୃତି ର ପୂଜକ ନିଜର ପ୍ରଥମ ଅମଳ ଫସଲ କୁ ନିଜର ଇଷ୍ଟ ଦେବଦେବୀ ଙ୍କୁ ଅର୍ପଣ କରି ନବାନ୍ନ ଭକ୍ଷଣ କରିଥାଏ ବୋଲି ମତ ପୋଷଣ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ୟ ଚନ୍ଦୁଲାଲ ଭୋଇ, ବଳଦେବ ଭୋଇ, ପାଳେଶ୍ୱର ଭୋଇ, ବସନ୍ତ ନାଗ, ନାରାୟଣ ଭୋଇ, ଜଗନ୍ନାଥ ଭୋଇ ପ୍ରମୁଖ ଯୋଗ ଦେଇ ନୂଆଁଖାଇ ଆମର କଳା ସଂସ୍କୃତି, ପରମ୍ପରା, ଭାଷା, ରୀତିନୀତି ଭାବାବେଗ ସହିତ ଜଡିତ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ l ଉପଖଣ୍ଡ ସଭାପତି ଦଶରଥ ଭୋଇ ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ଦିବାକର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ! ଅନ୍ୟମାନଙ୍କ ମଧ୍ୟରେ ଠାକୁର ଭୋଇ, ପ୍ରଫୁଲ ତୁମନିଆ, ପୁର୍ଣ ଶବର ସାରଥୀ ବାଗ ଓ ଅକୃର ଭୋଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.