ଶୌର୍ଯ୍ୟ ଜାଗରଣ ରଥକୁ ସୁବର୍ଣ୍ଣପୁର ଜିଲ୍ଲାରେ ଭବ୍ୟ ସ୍ବାଗତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଶୌର୍ଯ୍ୟ ଜାଗରଣ ରଥକୁ ସୁବର୍ଣପୁର ସହରରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଭବ୍ୟ ସ୍ୱାଗତ କରଯାଇଛି । ହିନ୍ଦୁତ୍ବ ଜାଗରଣ ସୃଷ୍ଟି ଉଦ୍ଦେଶ୍ୟରେ ସାରା ଭାରତରେ ବୁଲୁଥିବା ଏଇ ରଥ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ, ସୋନପୁର ବ୍ଲକ ଓ ସୋନପୁର ସହରରେ ଜନ ଜାଗରଣ କରିଥିଲା । ସହରର ବ୍ଲକ ଛକ, ମଝିପଡ଼ା, ବିଜୁ ପଟ୍ଟନାୟକ ଛକ, ଟିକ୍ରି ପଡ଼ା, ଗୁଣ୍ଡିଚା ମନ୍ଦିର ସମେତ ପ୍ରମୁଖ ଛକ ମାନଙ୍କରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦୁର୍ଗା ବାହିନୀ, ମାତୃ ଶକ୍ତି ସଂଗଠନ ପ୍ରମୁଖ ସଂଗଠନର ପ୍ରମୁଖ ନେତା ଓ ନେତ୍ରୀ ଉଦ୍ୟୋକ୍ତା ସଂଜୁ ରାଣୀ ସିଂ, ସୁନନ୍ଦା ସାହୁ, ଶ୍ରଦ୍ଧାଞ୍ଜଳି ମିଶ୍ର, ଆନନ୍ୟା ମେହେର, ନବ କିଶୋର ଦନ୍ତା, ସଞ୍ଜୟ ମହାପାତ୍ର, ସ୍ୱରୂପ ପାତ୍ର, ଜିତୁ ବଡ଼ମାଳି ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା କଳସ ଦୀପ ଜାଗର ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ରଥକୁ ପ୍ରଭୁ ହନୁମାନ ଙ୍କୁ ସ୍ୱାଗତ ଓ ଦର୍ଶନ କରି ହିନ୍ଦୁ ରାଷ୍ଟ୍ରର ସୁରକ୍ଷା ଏକତା ଓ ଶାନ୍ତି ପାଇଁ ଆଶୀର୍ବାଦ ଲାଭ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.