ରାଜସ୍ଥାନରେ ୩ଟି ନୂତନ ଜିଲ୍ଲା ଗଠନ ହେବ, ବିଧାନସଭା ନିର୍ବାଚନ ପୂର୍ବରୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ଜୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ୩ଟି ନୂତନ ଜିଲ୍ଲା ଗଠନ କରିବାକୁ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଶୁକ୍ରବାର ଟୋଙ୍କ ଜିଲ୍ଲାର ମାଲପୁରା ଏବଂ ଚୁରୁ ଜିଲ୍ଲାର ସୁଜୀନଗଡ଼କୁ ଅଲଗା ଜିଲ୍ଲା ଭାବେ ପରିଣତ କରିବାକୁ ଘୋଷଣା କରିଛନ୍ତି। ଏମାନଙ୍କ ବ୍ୟତୀତ ଡିଡୱାନା ଜିଲ୍ଲାରେ ପଡୁଥିବା କୁଚମାନକୁ ଏକ ଅଲଗା ଜିଲ୍ଲା କରିବାକୁ ମଧ୍ୟ ଘୋଷଣା କରାଯାଇଛି।

ରାଜସ୍ଥାନରେ ଆଉ ତିନୋଟି ନୂତନ ଜିଲ୍ଲା ସୃଷ୍ଟି ହେବା ନେଇ ଗେହଲଟ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି। ଗେହଲଟ କହିଛନ୍ତି, ଜନସାଧାରଣଙ୍କ ଚାହିଦା ଏବଂ ଉଚ୍ଚସ୍ତରୀୟ କମିଟିର ସୁପାରିଶ ଅନୁଯାୟୀ ରାଜସ୍ଥାନରେ ଆଉ ତିନୋଟି ନୂତନ ଜିଲ୍ଲା ସୃଷ୍ଟି ହେବ। ଏଥିମଧ୍ୟରେ ମାଲପୁରା, ସୁଜାନଗଡ ଏବଂ କୁଚାମନ ସିଟି ସାମିଲ ହେବ। ନୂଆ ଜିଲ୍ଲା ହେବା ପରେ ରାଜ୍ୟରେ ଜିଲ୍ଲା ସଂଖ୍ୟା ୫୩ ହେବ। ଭବିଷ୍ୟତରେ ମଧ୍ୟ ଉଚ୍ଚ ସ୍ତରୀୟ କମିଟିର ସୁପାରିଶ ଅନୁଯାୟୀ ସୀମା ଇତ୍ୟାଦି ସମସ୍ୟାର ସମାଧାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.