ବେଦାନ୍ତ ଆଲୁମିନିୟମ ପାଓ୍ବାର ଏବଂ ଟ୍ରାନ୍ସମିସନ୍ ଉଦ୍ୟୋଗ ପାଇଁ ଉନ୍ନତମାନ ଓୟାର ରଡର ଶୁଭାରମ୍ଭ କରିଛି

ଅଟୋମୋଟିଭ, ଇନଫ୍ରାଷ୍ଟ୍ରକଚର ଓ ଇଲେକଟ୍ରୋନିକ୍ସ ଉଦ୍ୟୋଗ ବ୍ୟତୀତ ପାଓ୍ବାର ଓ ଟ୍ରାନସଫର୍ମର ଉଦ୍ୟୋଗ ପାଇଁ ଅତିଉଚ୍ଚ ଶକ୍ତି ଯୋଗାଣ ଏହି ନୂଆ ରଂଜ ପ୍ରସ୍ତୁତ ହୋଇଛି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଟି୪, ଏଏଲ୫୯ ଓ ୮ ଏକ୍ସଏକ୍ସଏକ୍ସ ସିରିଜର ଏକ ନୂଆ ପରିସର ଉନ୍ମୋଚନ କରିଛି, ଯାହା ବିଶ୍ଵର ଶକ୍ତି ଓ ଗ୍ରନସମିଶନ ଉଦ୍ୟୋଗ ପାଇଁ ଉନ୍ନତମାନର ଉତ୍ପାଦ ପ୍ରସ୍ତୁତ କରିଛି । ନୂଆଦିଲ୍ଲୀରେ ଚାଲିଥିବା କେବୁଲ ଓ ଓୟାର ମେଳା ୨୦୨୩ର ଉଦଘାଟନୀ ଦିବସରେ କଂପାନି ନୂଆ ଉତ୍ପାଦ ସଂପର୍କରେ ସୂଚନା ଦେଇଥିଲା । ଅତୁଳନୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ ଲାଗି ଏହି ଉତ୍ପାଦ କ୍ରମାଗତ କାଷ୍ଟି ପ୍ରଯୁକ୍ତି ବ୍ୟବହାର କରାଯାଇ ପ୍ରସ୍ତୁତ ହୋଇଛି । ଏହି ଉତ୍ପାଦ ଗୁଡ଼ିକ ଅଟୋମୋବାଇଲ, ବିଲଡିଂ, ଭିତିଭୂମି ଓ ଇଲେକ୍ଟ୍ରୋନିକ୍‌ସର ପ୍ରମୁଖ ପ୍ରୟୋଗରେ ବ୍ୟବହାର କରାଯିବ ।

Omkar Vasthu
Omkar Vasthu

ଟି୪ ଆଲୟ ରଡ଼ ଗ୍ରହକମାନଙ୍କୁ ଲୋ ସାଗ୍ ଉଚ୍ଚ ଶକ୍ତି, ଉଚ୍ଚ ଡ୍ରଇଂ ଓ ଅଧିକ ସ୍ନାୟିତ୍ଵ ସୁବିଧା ପ୍ରଦାନ କରିବ । ଏହି ଗୁଣ ଗୁଡ଼ିକ ହାଇ ଭୋଲଟେଜ ଟ୍ରାନସମିଶନ ଗ୍ରୀଡ ଓ ଅପ୍‌ଟିକାଲ ଫାଇବର କଂପୋଜିଟ୍ ଓଭରହେଡ୍ ତାର ତିଆରିରେ ବ୍ୟବହାର ପାଇଁ ଉପଯୋଗୀ ହୋଇଥାଏ । ଏହା ସହ ଏଏଲ ୫୯ ଆଲୟ ରଡ଼ ଏକ ଉଚ୍ଚ ଶକ୍ତି ଓଜନ ଅନୁପାତ, ଉନ୍ନତ ଶକ୍ତି ନିର୍ବାପନ ଓ ଉଚ୍ଚ କରଂଟ ଶକ୍ତି ଧରଣରେ ସହାୟତା କରେ । ଏହା ବ୍ୟତୀତ ୮ଏକ୍ସଏକ୍ସଏକ୍ସ ସିରିଜ ତାର ରଡ଼ ଗୁଡ଼ିକ ଅସାଧାରଣ କଳଙ୍କି ପ୍ରତିରୋଧକ ଗୁଣ ପ୍ରଦାନ କରେ ଯାହା ନିର୍ମାଣ, ପରିବହନ ଓ ସ୍ଥାପତ୍ୟ କ୍ଷେତ୍ର ପାଇଁ ବହୁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

Pearl dental clinic
Near Ashish Medical Store, Bhawanipatna

ଏହା ସହ ବେଦାନ୍ତ ଆଲୁମିନିୟମ ବିଭିନ୍ନ ପ୍ରକାରର ଉଚ୍ଚମାନର ବୈଦ୍ୟୁତିକ କଣ୍ଡକ୍ଟର ଗ୍ରେଡ ତାର ରଡ଼ ମଧ୍ୟ ଉପସ୍ଥାପିତ କରିଛି ଯେପରିକି ୭.୬ ମିମି, ୯.୫ ମିମି ଓ ୧୫ ମିମି ଓ ଆଲୟ ତାର ତଥା ଫ୍ଲପ କଏଲ । ଏଗୁଡ଼ିକ ବିଶ୍ଵର କେତେକ ବେଷ୍ଟ ଟେକନୋଲୋଜି ବ୍ୟବହାର କରି ଉତ୍ପାଦିତ ହୁଏ। ରେଷ୍ଟୋରୀ (ଭାରତର ନିମ୍ନ ଅଙ୍ଗାରକାମ୍ଳ ସବୁଜ ଆଲୁମିନିୟମ), ବିଲେଟ, ପ୍ରାଥମିକ ଫାଉଣ୍ଡ୍ରି ଆଲୟ, ସ୍ଲାବ, ଇନଗଟ, ଫ୍ଲିପ କଏଲ ସମେତ ସର୍ବଭାରତୀୟ ସ୍ତରରେ ସର୍ବୋଚ୍ଚ ଗୁଣାତ୍ମକ ଆଲୁମିନିୟମ ଉତ୍ପାଦଗୁଡ଼ିକର ଏକ ବୃହତ ଚୟନ ହଟ ଓ ତରଳ ଧାତୁ ମଧ୍ୟରୁ କରାଯାଇଥାଏ।

Udyog Nursery
Udyogi Nursery

ଏହି ଉନ୍ମୋଚନ ସଂପର୍କରେ ସୂଚନା ଦେଇ ଶ୍ରୀ ଜନ ସୁଭେନ, ସିଇଓ ବେଦାନ୍ତ ଆଲୁମିନିୟମ କହିଛନ୍ତି ବୈଦ୍ୟୁତିକ ଶିଳ୍ପ ପାଇଁ ଏକ ଗରୁତ୍ଵପୂର୍ଣ କଂଚାମାଲ ଭାବରେ ଆଲୁମିନିୟମ ବିଶ୍ବସ୍ତରରେ ନିର୍ମଳ ଶକ୍ତିକୁ ଅର୍ନ୍ତଭୁକ୍ତ କରିବାକୁ ସକ୍ଷମ କରେ । ଏହା ବ୍ୟତୀତ ସ୍ଥାୟୀ ଭବିଷ୍ୟତକୁ ତ୍ବରାନ୍ବିତ କରିବାରେ ଏକ ପ୍ରମୁଖ ଭୂମିକା ବହନ କରିଥାଏ । ବେଦାନ୍ତ ଆଲୁମିନିୟମରେ ଆମେ କ୍ରମାଗତ ଭାବେ ଅଫର ଗୁଡ଼ିକ ଶିଳ୍ପ ବିକାଶ ଦିଗରେ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ କରି ଆସୁଛୁ । ଶକ୍ତି ଓ ଟ୍ରାନସମିଶନ ଉଦ୍ୟୋଗ ଲାଗି ନିର୍ଭରଯୋଗ୍ୟ ଅଂଶୀଦାର ଭାବେ ଆମର ସଂପର୍କକୁ ଆହୁରି ମଜବୁତ କରି ଆମେ ବର୍ତମାନ ଆଲୟ ରଡ଼ ଟି୪, ଏଏଲ୫୯, ୮ ଏକ୍ସଏକ୍ସଏକ୍ସ ସିରିଜ ପ୍ରଦାନ କରିଥିବାରୁ ଆନନ୍ଦିତ ।

ବେଦାନ୍ତ ଆଲୁମିନିୟମର ବିବିଧ ଉତ୍ପାଦ ପୋର୍ଟପୋଲିଓ ହେଉଛି ବ୍ୟୁରୋ ଅଫ ଷ୍ଟାଣ୍ଡାର୍ଡ- ଏହାର ଉଚ୍ଚ ଗୁଣବତାକୁ ପ୍ରମାଣିତ କରିଛି । କଂପାନିର ଉତ୍ପାଦ ଗୁଡ଼ିକ ବିଶ୍ବବ୍ୟାପୀ ସ୍ବୀକୃତିପ୍ରାପ୍ତ ପରିବେଶ ଉତ୍ପାଦ ଘୋଷଣାନାମା ଦ୍ବାରା ପରିବେଶ ନିରନ୍ତର ବୋଲି ମାଂଚ କରାଯାଇଛି । ଏହା ସହ ବିଭିନ୍ନ ପରାମିଟର୍ସ ଯଥା ଶକ୍ତି ବ୍ୟବହାର ଜଳ ବ୍ୟବହାର, ଗ୍ରୀନ ହାଉସ ଗ୍ୟାସ ନିର୍ଗମନ, ଜଳ ବ୍ୟବହାର ଉପରେ ଭଲ ପ୍ରଦର୍ଶନ କରିଛି । ସେହିପରି ଉଚ୍ଚ ସ୍ଥିରତା ପ୍ରଦର୍ଶନକାରୀ ଝାରସୁଗୁଡ଼ା ମାଂଟ ପ୍ରମାଣ ପତ୍ର ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛି ।

ଗ୍ରାହକ କେନ୍ଦ୍ରିତ ବେଦାନ୍ତ ଆଲୁମିନିୟମର ଉତ୍ପାଦ ଡିଜାଇନ ଓ ଅଭିନବ କୌଶଳ ଏହାର ମୂଳ ଅଂଶ ଅଟେ । ଏହା ପୂର୍ବରୁ କଂପାନି ତାର ୧୨ ମିମି ତାରକୁ ଲଂଚ କରିଥିଲା ଯାହା ଗ୍ରାହକଙ୍କ ଠାରୁ ବିପୁଳ ସମର୍ଥନ ମିଳିଛି । ଏହାର ଇଂଜିନିୟରିଂ, ଆରଆଣ୍ଡଡି ବ୍ୟବସ୍ଥା ଓ ଜୀବନ୍ତ ଅଭିନବ ସେଲ, ସଂଟର ଅଫ କ୍ଵାଲିଟି ଏକ୍ସଲେନ୍ଟ ଓ ଗ୍ରାହକ ବୈଷୟିକ ସେବା ସମେତ ଗ୍ରାହକଙ୍କ ଚାହିଦା ପୂରଣ ଲାଗି ପ୍ରସ୍ତୁତ ଉତ୍ପାଦ ଆଜି ୫୦+ଦେଶକୁ ବିସ୍ତାରିତ ହୋଇ ପରିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍କୃ। ବେଦାନ୍ତ ଆଲୁମିନିୟମର ଗ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍କୃ। ବେଦାନ୍ତର ବିଶ୍ଵ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାଓ୍ବାରମ୍ପ୍ୟୁଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.