ଇସ୍ରାଏଲର ପାଲଟା ଆକ୍ରମଣରେ ଗାଜାରେ ଶତାଧିକଙ୍କ ମୃତ୍ଯୁ, ହଜାରେରୁ ଅଧିକ ଆହତ

ଓଡ଼ିଆ ବାର୍ତ୍ତା/ ଜେରୁଜେଲମ୍: ଦୀର୍ଘ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ବିବାଦ ଏବେ ଯୁଦ୍ଧରେ ପରିଣତ ହୋଇଛି। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଗାଜାରେ ଇସ୍ରାଏଲର ପାଲଟା ଆକ୍ରମଣରେ ଅନ୍ୟୂନ ୧୯୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୬୧୦ ଜଣ ଆହତ ହୋଇଛନ୍ତି। ଗାଜା ଷ୍ଟ୍ରିପ୍କୁ ନିୟନ୍ତ୍ରଣ କରୁଥିବା ହମାସ ପକ୍ଷରୁ ଏକ ଅପ୍ରତ୍ୟାଶିତ ଆକ୍ରମଣରେ ଶନିବାର ଇସ୍ରାଏଲ ଉପରେ ହଜାର ହଜାର ରକେଟ୍ ମାଡ଼ କରାଯାଇଛି। ଏତଦବ୍ୟତୀତ ହମାସର ୧୦ରୁ ଅଧିକ ଆତଙ୍କବାଦୀ ଅତି ସୁରକ୍ଷିତ ସୀମା ଅତିକ୍ରମ କରି ଇସ୍ରାଏଲରେ ପ୍ରବେଶ କରିଛନ୍ତି। ଏହାପରେ ଇସ୍ରାଏଲ୍ ପକ୍ଷରୁ ଗାଜାରେ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଇସ୍ରାଏଲର ପାଲଟା ଆକ୍ରମଣ ପରେ ମୃତକ ଓ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ମଧ୍ୟ ହମାସର ଉଗ୍ରବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରୁଛନ୍ତି। ଇସ୍ରାଏଲ ସ୍ବାସ୍ଥ୍ୟ ସେବାର ଜଣେ ଅଧିକାରୀଙ୍କ କହିବାନୁସାରେ, ହମାସ ଆକ୍ରମଣରେ ୧୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଗାଜାରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ତୁରନ୍ତ ସୂଚନା ମିଳିପାରିନାହିଁ। କିନ୍ତୁ ପାଲେଷ୍ଟାଇନ୍ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୧୯୮ ଜଣଙ୍କର ମୃତ୍ୟୁ ଘଟିଛି। ଇତିମଧ୍ୟରେ ହମାସ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଅତି କମରେ ୩ ଜଣ ଇସ୍ରାଏଲ ନାଗରିକ ଜୀବିତ ଥିବା ଦେଖିବାକୁ ମିଳିଛି। ଏବେ ବି କିଛି ହମାସ ଆତଙ୍କବାଦୀ ଇସ୍ରାଏଲରେ ଥିବା ସୂଚନା ମିଳିଛି। ଇସ୍ରାଏଲ ସହରର ରାସ୍ତାରେ ଇସ୍ରାଏଲ ନାଗରିକ ଓ ହମାସ ଆତଙ୍କବାଦୀଙ୍କ ମୃତଦେହ ଦେଖିବାକୁ ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.