ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ତରଭା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗରିବ କବାଟ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଗୋପବନ୍ଧୁଙ୍କ ଜୀବନ ଦର୍ଶନକୁ ନେଇ ଏକ ସ୍ମୃତିସଭା ପାଳନ କରାଯାଇ ଥିଲା l ଗୁରୁଜୀ ବିଜୟ କୁମାର ନାଗ, ଭାଗ୍ୟଧର ସେଠ, ନେତ୍ରାନନ୍ଦ ବାରିକ ଉତ୍କଳମଣିଙ୍କ ସାମାଜିକ ଦର୍ଶନ ଉପରେ ଆଲୋକପାତ କରିଥିଲେ l ଗୁରୁମା ଅରୁପମା ମିଶ୍ର, ନିଲାଞ୍ଜଳି ପାଢ଼ୀ, ସରିତା ନାଏକ ପ୍ରମୁଖ ସ୍ମରଚିତ କବିତା ଆବୃତ୍ତି କରିଥିଲେ l ପ୍ରଧାନ ଆଚାର୍ଯ୍ୟଙ୍କ ଦ୍ଵାରା ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ ପରେ ଶିଶୁ ମାନଙ୍କ ଦ୍ଵାରା ବନ୍ଦନା ଓ ସଙ୍ଗୀତ ଗାନ କରାଯାଇଥିଲା l ସେବା ଗୋପବନ୍ଧୁଙ୍କ ଜୀବନର ଏକ ମାତ୍ର ବ୍ରତ ଥିଲା ଓ ଏହାକୁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଅଙ୍ଗୀକାର କଲେ ସମାଜ ସୁସ୍ଥ ଓ ବିକଶିତ ହେବ ବୋଲି ଶିଶୁ ମାନଙ୍କୁ ପ୍ରେରିତ କରାଯାଇଥିଲା l ଶେଷରେ ଗୁରୁଜୀ ନେତ୍ରାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।