ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଦିନକୁ ଦିନ ତୀବ୍ରତର ହେବାକୁ ଲାଗିଛି। ଓଡ଼ିଶାର ପୂରାତନ ସହରମାନଙ୍କ ମଧ୍ୟରେ ଜୁନାଗଡ଼ ଅନ୍ୟତମ। ଏହା ହେଉଚି କଳାହାଣ୍ଡି ରାଜ୍ୟର ପୂରାତନ ରାଜଧାନୀ। ଜୁନାଗଡର ଏକ ବିସ୍ତୃତ ଇତିହାସ ଓ ସ୍ବର୍ଣ୍ଣାଭ ଐତିହ୍ୟ ରହିଛି। ଜୁନାଗଡ଼ର ଇତିହାସକୁ ଦୃଷ୍ଟି ଆଗରେ ରଖି ଜୁନାଗଡ଼ିଆମାନେ ନିଜର ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବୀ ସରକାରଙ୍କ ସାମ୍ନାରେ ରଖିଥିଲେ। ଗଣଧାରଣା ୩୨ତମ ଦିନରେ ମିଳିତ କ୍ରିୟନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ ଓ ସଂଯୋଜକ ତଥା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ଉପସ୍ଥିତରେ ଆହୁତ ସଭାରେ ପ୍ରଭାତ ଦାସ, ଦୁର୍ଗା ନାଏକ, କାଳିଆ କନ୍ଦପାନ, ବିରଞ୍ଚି ନାରାୟଣ ପଣ୍ଡା ,ରାକେଶ ବେମାଲ, ଅମିତ୍ ଅଗ୍ରୱାଲ, ସନ୍ଦୀପ ସାହୁ, ରଞ୍ଜନ କୁମାର ଜାଳ, ସନ୍ତୋଷ ସିଂଦେଓ, ମିକୁନ ପଟ୍ଟନାୟକ, କେ ମଣି ପ୍ରମୁଖ ଉଦବୋଧନ ଦେଇ ଜୁନାଗଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ଦୋହରାଇଥିଲେ। ଏହି ବୈଠକରେ ଜୁନାଗଡ଼ ଓ ଧର୍ମଗଡ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକର ନିଷ୍ପତି ନିଆଗଲା ଆସନ୍ତା କାଲି ଠାରୁ ଜୁନାଗଡ଼ ଓ ଧର୍ମଗଡ ଜିଲ୍ଲା ଗଠନ ଗଣଧାରଣା ସ୍ଥଗିତ ରହିବ ଓ ଉଭୟ ସଂଗଠନର ମିଳିତ ପ୍ରସ୍ତାବ ୬ ଗୋଟି ବ୍ଲକକୁ ନେଇ କେନ୍ଦ୍ରୀୟ କମିଟି ଗଠନ କଲା ପରେ ପୁଣି ଉପଖଣ୍ଡ ଜିଲ୍ଲା ମାନ୍ୟତା ଦାବୀ ପାଇଁ ସରକାରଙ୍କୁ ଦାବୀ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିବା ଜଣାପଡିଛି ।

 
                                        
 
 
        
 
 
         
 
         
 
        

