ମୂଷାପାଲିରୁ ଡହ ଗାଁ..; ବିଜେଡିର ଜନସମ୍ପର୍କ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସରକାରଙ୍କ ବିକାଶ ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ତାରିଖରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଛି l ଏହି କ୍ରମରେ ଆଜି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର କୋକସରା ବ୍ଲକ ମୋଟେର ଜୋନରେ ପଦଯାତ୍ରା ହୋଇଛି l କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ନେତୃତ୍ଵରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ସମୟରେ ଜନସାଧାରଣଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଅକୁଣ୍ଠ ସ୍ନେହ ଓ ଶ୍ରଦ୍ଧା ଦେଖିବାକୁ ମିଳିଥିଲା। ତୃଣମୂଳସ୍ତରରେ ଘରେଘରେ ପହଞ୍ଚି ସରକାରଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା, ବିକାଶର ମୁଖ୍ୟସ୍ରୋତରେ ଅନ୍ତର୍ଭୁକ୍ତ କରାଇବା ଏହି ଜନ ସମ୍ପର୍କ ପଦଯାତ୍ରାର ମୂଳ ଲକ୍ଷ୍ୟ। ପଦଯାତ୍ରା ପ୍ରଥମେ ମୂଷାପାଲି ପଞ୍ଚାୟତ ମୁଖ୍ୟ ରାସ୍ତାଠାରୁ ବାହାରି ବସ୍ତି ରାସ୍ତା ଦେଇ ନିର୍ମାଣାଧୀନ ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା । ସେଠାରୁ ପୁଣି ପଦଯାତ୍ରାରେ ଡହ ଗାଁ ଅଭିମୁଖେ ବାହାରି ଡହ ଗାଁ ଠାରେ ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧା ସୁଯୋଗ ବିଷୟରେ ଲୋକଙ୍କୁ ଅବଗତ କରିଥିଲେ l ବ୍ଲକ ବିଜେଡି ସଭାପତି ସୁଶାନ୍ତ ବେହେରାଙ୍କ ପରିଚାଳନାରେ ସଭା କାର୍ଯ୍ୟ ହୋଇଥିଲା l ସମ୍ପାଦକ ପଞ୍ଚକ ପୋଢ଼, ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ଜିଲ୍ଲା ବିଜେଡି ଏସଟି ସେଲ ସଭାପତି ସୁଶୀଲ କୁମାର ଶବର, ଆମପାଣି ଜୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ମୋଟେର ଜୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତୀ ପୁଝାରୀ, ବ୍ଲକ ବିଜେଡି ଛାତ୍ର ଜନତା ଦଳ ସଭାପତି ମାନସ ରଞ୍ଜନ ବେହେରା, ମନୀଷା ମିଶ୍ର, ଆଶୁତୋଷ ପୁରୋହିତ, କୁମଦ କାନ୍ତ ବେହେରା, ରବି ଦାସ, ଭକ୍ତି ପୋଡ଼, ଅକ୍ଷୟ ପୂଝାରୀ, ସମିତି ସଭ୍ୟା ଅଞ୍ଜନା ଦୁର୍ଗା ପ୍ରମୁଖ ଯୋଗ ଦେଇଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.