କୋହଲିଙ୍କ ଜର୍ସି ଉପହାର ନେଇ ବାବରଙ୍କ ଉପରେ ରାଗିଗଲେ ଆକ୍ରମ

ଓଡ଼ିଆ ବାର୍ତ୍ତା/ ଅହମ୍ମଦାବାଦ: ଚଳିତ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ଚିରାଚରିତ ଢ଼ଙ୍ଗରେ ପୁନର୍ବାର ଭାରତ ନିକଟରୁ ପରାଜିତ ହୋଇଛି । ଏହି ମ୍ୟାଚର ସମାପ୍ତି ପରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ବିରାଟ କୋହଲି ୨ଟି ଟିମ ଇଣ୍ଡିଆ ଜର୍ସି ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରମ ଏବେ ବାବରଙ୍କୁ କଡା ସମାଲୋଚନା କରିଛନ୍ତି । ଆଜି ଏ ଭଳି କାର୍ଯ୍ୟ କରିବାର ଦିନ ନ ଥିଲା । ଯଦି ତୁମ ଭଣଜା କିମ୍ବା ପୁତୁରା ଜର୍ସି ପାଇଁ ଜିଦ ଧରିଛି ତେବେ ତୁମେ ମ୍ୟାଚ ପରେ ଡ୍ରେସିଂ ରୁମରେ ଏହି କାର୍ଯ୍ୟ କରି ପାରିଥାନ୍ତ । ପାକିସ୍ତାନର କ୍ରିକେଟ ପ୍ରଶଂସକ ମନ ଦୁଃଖରେ ଥିବା ବେଳେ ତୁମେ ଏ ଭଳି କାର୍ଯ୍ୟ କରିବା ଠିକ ନୁହେଁ । ବାବର ଅବଶ୍ୟ ଆକ୍ରମଙ୍କ ବୟାନ ନେଇ କୌଣସି ଉତର ରଖି ନ ଥାନ୍ତି । ସେ ମ୍ୟାଚ ସମ୍ପର୍କରେ କହିଥିଲେ, ଭଲ ଆରମ୍ଭ କରିବା ସତ୍ୱେ ଆମେ ମଝିରେ ଭୁଲ କରିଥିଲୁ । ଏକଦା ୨୮୦ରୁ ୨୯୦ ସ୍କୋର କରିବୁ ବୋଲି ଆଶା କରିଥିବା ବେଳେ ନାଟକୀୟ ଢ଼ଙ୍ଗରେ ସବୁ କିଛି ଏପଟ ସେପଟ ହୋଇ ଯାଇଥିଲା । ବିଶ୍ୱକପରେ ପାକିସ୍ତାନ ଆଜି ପର୍ଯ୍ୟନ୍ତ ଭାରତକୁ ହରାଇ ପାରି ନାହିଁ । ଭାରତ ଏହି ବିଜୟ ସହ ପଂଏଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.