ତିର୍ତ୍ତୋଲ ବ୍ଲକ ସମିତିସଭ୍ୟ ମାନଙ୍କର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ତିର୍ତ୍ତୋଲ: ବିଗତ ମାସେରୁ ଉର୍ଦ୍ଧ୍ବ ସମୟ ଧରି ରାଜ୍ଯସ୍ତରରେ ସମିତିସଭ୍ୟ / ସଭ୍ଯା ମାନେ ସେମାନଙ୍କର ୧୨ ଦଫା ଦାବିକୁ ନେଇ ଜୋରଦାର ଆନ୍ଦୋଳନ କରୁଥିବା ସମୟରେ ଏହି ସମ୍ବନ୍ଧରେ ଆଜି ତିର୍ତ୍ତୋଲ ବ୍ଲକ ସମିତିସଭ୍ୟ/ସଭ୍ଯା ମାନଙ୍କର ଏକ ବୈଠକ ଗୋବିନ୍ଦପୁର ସମିତିସଭ୍ୟ ଦେବପ୍ରସାଦ ନାୟକଙ୍କ ତତ୍ତ୍ବାବଧାନରେ ନାଉସିରାସ୍ଥିତ କାଳୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ଯସ୍ତରରେ ୧୨ ଦଫା ଦାବିକୁ ନେଇ ଚାଲୁଥିବା ଆନ୍ଦୋଳନ ଓ ତତସଲଗ୍ନ କାର୍ଯ୍ୟକ୍ରମ ଗୁଡିକୁ ତିର୍ତ୍ତୋଲ ବ୍ଲକର ସମିତିସଭ୍ୟ / ସଭ୍ଯାଗଣ ସମର୍ଥନ ଦେବା ସହ ଆଗାମୀ ଦିନରେ ସମିତିସଭ୍ୟ ମାନଙ୍କର ସ୍ବାର୍ଥରେ ଯାହାକିଛି କାର୍ଯ୍ୟକ୍ରମ ରାଜ୍ଯ କିମ୍ବା ଜିଲ୍ଲା ସ୍ତରରେ ହେବ ତାକୁ ତିର୍ତ୍ତୋଲର ସଭ୍ଯ/ସଭ୍ଯା ଗଣ ସମର୍ଥନ ଜଣାଇବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ପରେ ସମିତି ସଭ୍ୟମାନେ ବ୍ୟବସ୍ଥା ଭିତରେ ପ୍ରାୟ ଅଖୋଜା ଓ ଅଲୋଡ଼ା ହୋଇ ରହି ଯାଆନ୍ତି ଏବଂ ନିର୍ବାଚିତ ପ୍ରତିନିଧି ହେଲେ ସୁଦ୍ଧା ସେମାନଙ୍କର ହାତରେ ଜନସେବା କରିବା ପାଇଁ କୌଣସି କ୍ଷମତା ରହି ନ ଥାଏ। ଏହା ସେମାନଙ୍କ ପଦବୀ ପ୍ରତି ଏକ ଉପହାସ ବୋଲି ସଭ୍ୟ ସଭ୍ୟା ମାନେ ବୈଠକରେ ମିଳିତ ଭାବେ କ୍ଷୋଭ ପ୍ରକାଶ କରିଥିଲେ। ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ସର୍ବସମ୍ମତି କ୍ରମେ ତିର୍ତ୍ତୋଲ ବ୍ଲକର ସମିତିସଭ୍ୟ ପରିବାରର ସଭାପତି ଭାବେ ତିର୍ତ୍ତୋଲ ପଞ୍ଚାୟତ ସମିତିସଭ୍ୟ ପ୍ରବୀର କୁମାର ରାୟ, ସାଧାରଣ ସମ୍ପାଦକ ଭାବେ ଗୋବିନ୍ଦପୁର ସମିତିସଭ୍ୟ ଦେବପ୍ରସାଦ ନାୟକ (ଫେଲୁ), ଉପସଭାପତି ଭାବେ ମଣିଜଙ୍ଗା ପଞ୍ଚାୟତର ସମିତିସଭ୍ୟା ନଚିକେତା ଦାସ, ସହସମ୍ପାଦକ ଭାବେ କଟରା ସମିତିସଭ୍ୟା ରୋଜାଲିନ ଜେନା, କୋଷାଧ୍ୟକ୍ଷ ଭାବେ ତୁଳଙ୍ଗ ସମିତିସଭ୍ୟ ଦେବୀପ୍ରସାଦ ପାଳଙ୍କ ନାମ ଘୋଷଣା କରାଯାଇଥିଲା। ଉକ୍ତ ବୈଠକରେ ତିର୍ତ୍ତୋଲ ବ୍ଲକ ଅଧ୍ଯକ୍ଷ ମନୋଜ କୁମାର ବେହେରା, କନିମୂଳ ସମିତିସଭ୍ୟ ବସନ୍ତ ମହାପାତ୍ର, ସୁଭଦ୍ରା ଦାସ, ରଞ୍ଜନ କୁମାର ସାହୁ, ଶିବପ୍ରସାଦ ସାହୁ, ଅରୁଣ ମଲ୍ଲିକ, ସୁବାଷ ଚନ୍ଦ୍ର ବେହେରା, ରଞ୍ଜନ ମଲ୍ଲିକ, ନମିତା ନାୟକ, ପଦ୍ମନି ମାହାଳି, ବିଷ୍ଣୁପ୍ରିୟା ପ୍ରଧାନ, ରାଜକୁମାରି ଦାସ, ନୟନା ସାମଲ, ସୁନିଶ୍ଚିତା ରାଉତ, ସ୍ନିଗ୍ଧାରାଣୀ ଦାଶ ରାଜଲକ୍ଷ୍ମୀ ମଲ୍ଲିକ, ଜବରତ ଖାନ୍, ହମିଦା ବେଗମ୍, ଉମେଶଚନ୍ଦ୍ର ବାରିକ, ଚାରୁଲତା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ସର୍ବଶେଷରେ ଉମେଶ ବାରିକ ଉପସ୍ଥିତ ସମସ୍ତ ସଭ୍ୟା ଓ ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.