ବୈଦ୍ୟ ମହାସଂଘ ଖଡ଼ିଆଳ ର ମାଗଣା ଚିକିତ୍ସା ଶିବିର ଓ ଜନ ସଚେତନତା କାର୍ଯ୍ୟକ୍ରମ

ନୂଆପଡା /ଖରିଆର : ଗତ କିଛିଦିନ ତଳେ କରଲାକୋଟ ଗ୍ରାମରେ ଅନେକ ଶିଶୁ ଓ ଯୁବକଙ୍କୁ ଜଣ୍ଡିସ ରୋଗ ହୋଇଥିବାର ଖବର ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା ।  ଜିଲ୍ଲାରେ ଫ୍ଲୋରାଇଡ ପାଣିର ସମସ୍ୟା ଦିନକୁ ଦିନ ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ସେଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉ ଥିବାର ଜନସାଧାରଣ ରେ ବେଶ ଚର୍ଚ୍ଚା ହେଉଥିବାର ନଜର ରେ ଆସି ଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ ଏହି ବ୍ଲକ ଅଧିନସ୍ଥ କରଲାକୋଟ ଗ୍ରାମକୁ ଖଡ଼ିଆଳ ବୈଦ୍ୟ ମହାସଂଘର ସଭାପତି ଲଏବନ ବାଗଙ୍କ ନେତୃତ୍ୱରେ ଗୋଟିଏ ଟିମ ସେହି ଗାଁ ରେ ପହଞ୍ଚି ଥିଲେ ଓ ମାଗଣା ରେ ଜଡି ବୁଟି ଔଷଧ ବଣ୍ଟନ କରିବା ସହ ଗ୍ରାମବାସୀଙ୍କୁ ସଚେତନ ମଧ୍ୟ କରାଇ ଥିଲେ। ଯାହାଫଳରେ ସେଠାକାର ଗ୍ରାମବାସୀ ଆଗାମୀ ଦିନ ମାନଙ୍କରେ ଯେପରି ଏଭଳି ଅସୁବିଧା ର ସମ୍ମୁଖୀନ ନ ହେବେ । ଗ୍ରାମର ଅନେକ ଜଣ୍ଡିସ ରୋଗୀ ଏହି ଶିବିର ରେ ଉପସ୍ଥିତ ରହି ଔଷଧ ଗ୍ରହଣ କରିଥିଲେ ।

Udyog Nursery
Udyogi Nursery

ଏହି ଶିବରର ଆୟୋଜନ ରେ ଲୋକରଞ୍ଜନ ସୁନାନୀ, କମଳ କୁମ୍ଭାର ପ୍ରମୁଖ ଶ୍ରୀ ବାଗ ଙ୍କୁ ସହଯୋଗ କରି ଥିଲେ । ଜିଲ୍ଲାରେ ଏହି ଭଳି ସଂଗଠନ ଆଗକୁ ଆସି ଜନସେବା କରିବା ଉଚିତ ଓ ଏହି ଭଳି ପଦକ୍ଷେପ ପାଇଁ ଖରିଆର ବୈଦ୍ୟ ମହାସଂଘ କୁ ଜନସାଧାରଣ ପ୍ରସଂଶା କରୁଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.