ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ); ସୋନପୁର ମଝିପଡ଼ା ଅନ୍ତର୍ଗତ ସ୍ବର୍ଗତ ଭୋଳା ଘିବେଲା ଙ୍କ ପୁତ୍ର ରଘୁନାଥ ଘିବେଲା ( ୨୨) ଆଜି ବେଳା ରେ ଆତ୍ମହତ୍ୟା କରିଥିବା ଜଣାପଡିଛି l ସୋନପୁର ମେଡିକାଲ ରେ ଡାକ୍ତର ମୃତ ଘୋଷଣା କରିବା ପରେ ମୃତ ରଘୁନାଥ ଙ୍କ ପୋଷ୍ଟ ମର୍ଟମ କରାଯାଇଛି l ସ୍ବର୍ଗତ ରଗୁନାଥ ମଝିପଡ଼ା ରାମଧୁନ କ୍ଲବ ଓ କାଳୀ ପୂଜା କମିଟି ର ଏକ ସକ୍ରିୟ ସଦସ୍ୟ ଥିବାରୁ ତାଙ୍କରି ଏ ମୃତ୍ୟୁ ଖବର ମଝିପଡ଼ା ତଥା ସହର ରେ ଶୋକ ର ଛାୟା ଖେଳିଯାଇଛି l ଏ ଖବର ରେ ସୋନପୁର ଯାଦବ ସମାଜ ର ନଗର ସଭାପତି ପ୍ରଫୁଲ୍ଲ ନାଏକ ଙ୍କ ସମେତ ସଦସ୍ୟ ଶୋକ ବ୍ୟକ୍ତ କରି ମର୍ମାହତ ହୋଇଛନ୍ତି l ସ୍ଥାନୀୟ ରାମେଶ୍ୱର ଶ୍ମଶାନ ଘାଟ ରେ ରଘୁ ଘିବେଲା ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ମଝିପଡା କାଳୀପୂଜା କମିଟି, ଓ ରାମଧୁନ କ୍ଲବର ପିୟୁଷ ପଣ୍ଡା, ଲଡ଼ୁ ମଲ୍ଲିକ, ଚନ୍ଦନ ସାହୁ, ରାଜୀବ ସାହୁ, ପୁରେନ୍ଦ୍ର ନାଏକ, ବୁବୁନ ନାଏକ, ସୁରଜ ସାହୁ, ରଜତ ସାହୁ, ରବି ଦେହୁରୀ, ରିଙ୍କୁ ମଲ୍ଲିକ, କୁନୁ ବାଘ, ଭବାନି ପଧାନ, ସମସ୍ତ ସଦସ୍ୟ ଉପସ୍ଥିତ ରହି ସ୍ବର୍ଗତ ଘିବେଲା ଙ୍କୁ ଶ୍ରଦ୍ଧାଞ୍ଜଳି ଓ ଅନ୍ତିମ ବିଦାୟ ଦେଇଥିଲେ l