ପୁରୁଷୋତ୍ତମପୁର ନରସିଂହ ଦାଶ ଉଚ୍ଚବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା  

ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକର ନରସିଂହ ଦାଶ ଉଚ୍ଚ ବିଦ୍ଯାଳୟ ଠାରେ ବି ଈ ଓ ଶ୍ରୀ କିଶୋର ଚନ୍ଦ୍ର ବେହେର ବିଆରସିସି ଶ୍ରୀ ସିମାଞ୍ଚଳ ରଥ ଏବଂ ସରୋଜ କୁମାର ଦାଶଙ୍କ ସମେତ ସମସ୍ତ ସି ଆର ସି ସି ଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ବ୍ଳକ୍ ସ୍ତରୀୟ ବିଜ୍ଞାନ ଏବଂ ଗଣିତ ପ୍ରଦର୍ଶନି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁରୁଷୋତ୍ତମପୁର ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ମନୋଜ କୁମାର ନାୟକ ଏହି କାର୍ଯ୍ଯକ୍ରମର ଶୁଭ ଉଦ୍ ଘାଟନ କରିଥଗଲେ ।ଉଦ୍ ଯାପନି ସଭାରେ ମୁଖ୍ଯ ଅତିଥି ରୂପେ ଖଲ୍ଳିକୋଟ ବିଧାୟିକା ଶ୍ରୀମତି ସୂର୍ଯ୍ଯମଣି ଵୈଦ୍ଯ, ଏନଏସି ଅଧ୍ୟକ୍ଷା ଶ୍ରୀମତି ପ୍ରିୟଙ୍କା ଗଉଡ, ମୁଖ୍ୟ ବକ୍ତା ରୂପେ ପୁରୁଷୋତ୍ତମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ କିଶୋର ଚନ୍ଦ୍ର ବେହେରା,ସମ୍ମାନିତ ଆତିଥି ରୂପେ ଏନ୍.ଏ.ସି ଉପାଧ୍ୟକ୍ଷ ଶ୍ରୀ କୄଷ୍ଣଚନ୍ଦ୍ର ପଣ୍ଡା, ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ପିଙ୍କି ବେହେରା, ଏ.ବି.ଇ.ଓ ଶ୍ରୀ ସିମାଞ୍ଚଳ ରଥ, ଶ୍ରୀ ରାଜକିଶୋର ସାହୁ, କାଉଁସିଲର ଅଶୋକ କୁମାର ମାହାଙ୍କୁଡ, ସମାଜସେବୀ ଜଗତ ବନ୍ଧୁ ପଣ୍ଡା ଯୋଗଦେଇ ଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତି ପୂର୍ଣ୍ମିମା ସର୍ଦ୍ଧାର ସଭାପତି ରୂପେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ଳକ୍ ର ୧୩ଟି କ୍ଳଷ୍ଟରରୁ ଗଣିତ ଓ ବିଜ୍ଞାନ ସମ୍ପର୍କିତ ୧୦୨ ଟି ପ୍ରକଳ୍ପ ନେଇ ୨୦୦ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ବିଚାରକମଣ୍ଡଳୀ ଶ୍ରୀ ନାଇଡୁ ମୋହନ ଓ ଶ୍ରୀ ମନୋଜ କୁମାର ସାହୁ ଙ୍କ ଦ୍ବାରା ୪ଟି ପ୍ରକଳ୍ପ ଚୟନ କରାଯାଇଥିଲା। ମୁଖ୍ୟ ଅତିଥି ଏବଂ ସମସ୍ତ ଅତିଥି ବୃନ୍ଦ ପ୍ରତ୍ୟେକ ବିଭାଗ ରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଯୁଧିଷ୍ଠିର ସାହୁ ,ଶାନ୍ତିଲତା ଦାଶ,ରାଜଶ୍ରୀ ଜେନା ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ବ୍ଳକ୍ ର ୧୩ଜଣ ସି ଆର ସି ସି ଯଥା ସରୋଜ କୁମାର ଦାସ, ହେମନ୍ତ ବେହେରା, ପ୍ରତାପ ଚନ୍ଦ୍ର ପଣ୍ଡା, ନିତ୍ଯାନନ୍ଦ ବେହେରା, ଭାରତୀ ଭୂଷଣ ଦାଶ, ନିରଞ୍ଜନ ତ୍ରିପାଠୀ,ତ୍ରିନାଥ ପରିଡା,ଶିବରାମ ସେଠୀ,ଲକ୍ଷ୍ମୀନାରାୟଣ ପାତ୍ର, ନିଳାଞ୍ଚଳ ସାହୁ, ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥଲା। ପରିଶେଷରେ ସଂଯୋଜକ ଶ୍ରୀ କିଶୋର ଚନ୍ଦ୍ର ବେହେରା ଏବଂ ଶ୍ରୀ ସିମାଞ୍ଚଳ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ଉଦ୍ଯାପିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.