ଆଦିବାସୀ କଲ୍ୟାଣ ମହାସଂଘ ପଶ୍ଚିମ ଓଡିଶାର ସାଧାରଣ ସଭା

ଡିସେମ୍ବର ୫ରେ ରାଜରାସ୍ତା ଅବରୋଧ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ 

ରାଜ୍ୟ ସରକାରଙ୍କ ଆଦିବାସୀ ଜମି ବିକ୍ରି କରି ପାରିବାର କେବିନେଟ ନିଷ୍ପତିକୁ ଆଦିବାସୀଙ୍କ ବିରୋଧ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସ୍ଥାନୀୟ ଗୋଡ଼ଫୁଲା ସ୍ଥିତ ଜି.ଏନ.ଏମ ତାଲିମ କେନ୍ଦ୍ର ପ୍ରାଙ୍ଗଣ ଠାରେ ଆଦିବାସୀ କଲ୍ୟାଣ ମହାସଙ୍ଘ ପଶ୍ଚିମ ଓଡିଶାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ବିହାରୀ ଲାଲ ବିଶ୍ୱାଳଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଙ୍ଘ ସଂଯୋଜକ ଖାମ ସିଂ ମାଝୀ, ସାଧାରଣ ସମ୍ପାଦକ ବାଳ କୃଷ୍ଣ ଶବର, ଉପ ସଭାପତି ଭାନୁ ପ୍ରାତପ ସିଂ ମାଝୀ,କଲାହାଣ୍ଡି ଜିଲ୍ଲା ସଭାପତି ପରମାନନ୍ଦ ମାଝୀ, ବରଗଡ଼ ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ରାଉତ, ଆଦିବାସୀ ମହିଳା ନେତ୍ରୀ ସରୋଜିନୀ ମାଝୀ, ବଲାଙ୍ଗୀର ଜିଲ୍ଲା ମହିଳା ଶାଖା ସଭାପତି ବନ ଲତା ମାଝୀ, ଏକ୍ସ ସି. ଏସ. ଓ ବିକ୍ରମ ମାଝୀ, ନୂଆପଡା ଜିଲ୍ଲା ସଂଯୋଜକ ହୋମ ସିଂ ମାଝୀ, ନୂଆପଡା ଜିଲ୍ଲା ଉପଦେଷ୍ଟା ବଟ କୃଷ୍ଣ ପରୁଆ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ | ତେବେ ପ୍ରକାଶ ଜେ ଗତ ୧୪ ତାରିଖରେ ରାଜ୍ୟ ସରକାର ଆଦିବାସୀ ଙ୍କ ଜମି ଅଣ ଆଦିବାସୀ ଙ୍କୁ ବିକ୍ରି କରାଯାଇପାରିବ ବୋଲି ରାଜ୍ୟ କେବିନେଟ ରେ ନିଷ୍ପତି ନେଇଛନ୍ତି | ଏହା ଆଦିବାସୀଙ୍କ ଜମିକୁ ରାଜ୍ୟ ସରକାର ଜମି ଓ ଖଣି ମାଫିଆଙ୍କୁ ସିଧା ସଳଖ ହସ୍ତାନ୍ତର କରିବାର ଏକ ଶଡଯନ୍ତ୍ର ରଚନା କରିଛନ୍ତି | ଏହା ଦ୍ୱାରା ଆଦିବାସୀ ନିଜର ସର୍ବସ୍ୱ ହରାଇବେ ଏବଂ ବହୁ ମାତ୍ରା ରେ ବ୍ୟବସାୟୀ, ଜମି ମାଫିଆ ଓ ଠିକାଦାରଙ୍କ ଠୁ ଶୋଶିତ ହେବେ | ରାଜ୍ୟ ସରକାର ଙ୍କ ଏହି ନିଷ୍ପତି କୁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଙ୍ଘ ସମ୍ପୂର୍ଣ ଭାବେ ବିରୋଧ କରୁଛି | ଏହା ସହିତ ଏହି ଆଦିବାସୀ ଙ୍କ ବିରୋଧୀ ନିଷ୍ପତି ରାଜ୍ୟ ସରକାର ପ୍ରତ୍ୟହାର ନ କଲେ ଆସନ୍ତା ଡିସେମ୍ବର ୫ ତାରିଖରେ ରେ ସମସ୍ତ ଆଦିବାସୀ ରାଜ ରାସ୍ତା କୁ ଓଲ୍ହାଇବା ସହିତ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଘେରାଓ କରିବାର ଏହି ସାଧାରଣ ସଭା ରେ ନିଷ୍ପତି ନେଇଥିବା ଉପ ସଭାପତି ଶ୍ରୀ ଭାନୁ ମାଝୀ ସୂଚନା ପ୍ରଦାନ କରିଛନ୍ତି | ତେବେ ଏହି ସଭା ରେ ଉପଦେଷ୍ଟା ବିଦ୍ୟୁତ କୁମାର ଶବର, ନୂଆପଡା ସଭାପତି ଭକ୍ତ ବନ୍ଧୁ ଧାରୁଆ, ଆଦିବାସୀ ସଙ୍ଘ ଖରିଆର ସଭାପତି କାର୍ତ୍ତିକେଶ୍ୱର ମଲ୍ଲିକ, ଡାର୍ଲିମୁଣ୍ଡା ସରପଞ୍ଚ ସନ୍ଧ୍ୟା ରାଣୀ ମିର୍ଦ୍ଧା, ଉପ ସଭାପତି ନୂଆପଡା ଜିଲ୍ଲା ଇଶ୍ୱର ନାୟକ ଓ କମଲେଶ ସିଂ ଠାକୁର, ବରିହା ସମାଜ ଆଶା ରାମ ବରିହା, ଗଣ୍ଡ ସମାଜ ନରେଶ ମାଝୀ, ଅର୍ଜୁନ ମାଝୀ, ନାନୁ ରାମ ଶବର, ମନୋଜ ବଂଜାର ପ୍ରମୁଖ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.