ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ବାରା ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା କୋଲନରା ବ୍ଲକ ଥେରୁବାଲି ସ୍ଥିତ ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତବୋଧ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ବାରା ଥେରୁବାଲି ଗୋପବନ୍ଧୁ ନଗର ସ୍ଥିତ ଇମ୍ଫା ଏମ୍ପ୍ଲୋଇଜ୍ କ୍ଲବ ପରିସରରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରକୁ ଇମ୍ଫାର ଉପସଭାପତି ଆଶିଷ କୁମାର ରାୟ, ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାୟର ବ୍ଲଡ଼ ବ୍ୟାଙ୍କ ଡାକ୍ତର ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ ନିଜେ ରକ୍ତଦାନ କରିଥିଲେ ଏବଂ ଇମ୍ଫାର କର୍ମଚାରୀ ଓ ସେମାନଙ୍କର ପରିବାରବର୍ଗ ଏବଂ ସ୍ଥାନୀୟ ଯୁବଗୋଷ୍ଠୀ ସ୍ଵେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ଇମ୍ଫାର ସମସ୍ତ ବିଭାଗୀୟ ମୁଖ୍ୟ ଯୋଗଦେଇ ରକ୍ତ ଦାନ କରିଥିଲେ। କୋଲୋନରା ପଞ୍ଚାୟତ ସମିତିର ଉପା ଧକ୍ଷ୍ୟ ହଳଧର ହିମରିକା, ଥେରୁବାଲି ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମାନ ରବୀନ୍ଦ୍ର ପ୍ରଧାନ, ବଜାର କମିଟିର କର୍ମକର୍ତ୍ତା ଅନୁପ ବିଶ୍ୱାସ, ଅକ୍ଷୟ ପାତ୍ର ଓ ଆଦିବାସୀ ନେତା ଅଶୋକ ହିଁକାକା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱରୂପ ନାୟକ, ବରିଷ୍ଠ ପରିଚାଳକ(କର୍ମିକ) ଓ ଶକ୍ତି ପାଣିଗ୍ରାହୀ (ଲୋକ ସମ୍ପର୍କ), ଡାକ୍ତର ପ୍ରଶାନ୍ତ କୁମାର କରଙ୍କ ତତ୍ୱାବାଧାନରେ ବିଶ୍ବରଂଜନ, ମାନସ, ରବି ଇତ୍ୟାଦି ବିଭାଗୀୟ କର୍ମକର୍ତ୍ତା ଓ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସର ପ୍ରଭାକର, ତରୁଣ, ମାନସୀ, ଲିପ୍ସା, ଭାଗ୍ୟ ଲତା, ସସ୍ମିତା ଏହି ଶିବିରକୁ ପରିଚାଳନା କରିଥିଲେ। ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଲଡ ବ୍ୟାଙ୍କର କର୍ମଚାରୀମାନେ ଏହି ଶିବିରରେ ୫୪ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରି ଶିବିରକୁ ସଫଳ କରିଥିବାରୁ ଈମ୍ଫା ତରଫରୁ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.