ଅଞ୍ଜୁଙ୍କ ଭାରତ ଫେରିବାକୁ ନେଇ ଚିନ୍ତାରେ ସୁରକ୍ଷା ଏଜେନ୍ସି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପାକିସ୍ତାନ ଯାଇଥିବା ଅଞ୍ଜୁ ଭାରତ ଫେରି ଆସିଛନ୍ତି । ଅଞ୍ଜୁ ଚଳିତ ବର୍ଷ ଜୁଲାଇ ୨୧ ତାରିଖରେ ନିଜ ସ୍ୱାମୀ ଏବଂ ପରିବାରକୁନ ଜଣାଇ ଲୁଚି ଲୁଚି  ରାଜସ୍ଥାନର ଭିବାଡି ଦେଇ ପାକସ୍ତାନ ଚାଲି ଯାଇଥିଲେ । ହେଲେ ନଭେମ୍ବର ୨୯ ତାରିଖ ସନ୍ଧ୍ୟାରେ ଅଞ୍ଜୁ ଅଟାରୀ-ୱାଘା ବର୍ଡର ଦେଇ ଭାରତ ଫେରିଛନ୍ତି । ହେଲେ ଯେମିତି ଭାରତ ଫେରିଛନ୍ତି ସେମିତି ତାଙ୍କୁ ମିଡିଆ ବାଲା ଘେରି ଯାଇଥିଲେ । ହେଲେ କେତେବେଳେ ମୁଣ୍ଡ ବିନ୍ଧା ହେଉଛି କହି ତ କେତେବେଳେ ପରେ ଉତ୍ତର ଦେବେ ବୋଲି କହି ମିଡିଆଠାରୁ ଖସିବାକୁ ଚେଷ୍ଟା କରିଥିଲେ । ହେଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ନିଜର ଘର, ପରିବାର ଛାଡି ପାକିସ୍ଥାନରେ ନିଜ ପ୍ରେମିକଙ୍କ ସହ ବିବାହ ସମ୍ପନ୍ନ କରିତିବା ଅଞ୍ଜୁ ହଠାତ ଭାରତ କାହିଁକି ଫେରି ଆସିଲେ ? ତେବେ ମିଡିଆକୁ ଅଞ୍ଜୁ ଗୋଟିଏ କଥା କହୁଥିବା ଶୁଣିବାକୁ ମିଳିଛି ଯେ ସେ ଭାରତକୁ ତାଙ୍କ ପିଲାମାନଙ୍କ ସହ କଥା ହେବାକୁ ଏବଂ ବୁଝାଇବାକୁ ଭାରତ ଫେରିଛନ୍ତି । ସେ ସେଠାରେ ପିଲାମାନଙ୍କୁ ବହୁତ ମିସ କରୁଥିଲେ ଏବଂ ତାଙ୍କୁ ଦେଖା କରବାକୁ ଚାହୁଁଛନ୍ତି । ସେ ତାଙ୍କ ପିଲାମାନଙ୍କୁ ଏକଥା ବୁଝାଇବାକୁ ଆସିଛନ୍ତି ଯେ ଯଦି ସେମାନେ ଚାହିଁବେ ତେବେ ତାଙ୍କ ସହ ପାକିସ୍ଥାନ ଯାଇ ପାରିବେ । ଯଦି ପିଲାମାନେ ଏଥିପାଇଁ ପ୍ରସ୍ତୁତ ନ ଥିବେ ତେବେ ସେ ବାଧ୍ୟ କରିବେ  ନାହିଁ ବୋଲି କହିଛନ୍ତି । ତେବେ ଅଞ୍ଜୁଙ୍କର ଏହି ଆଶା ପୂରଣ ହେବାର ସମ୍ଭାବନା ଦେଖିବାକୁ ମିଳୁନାହିଁ । କାରଣ ଅଞ୍ଜୁଙ୍କ ସ୍ୱାମୀ ଅରବିନ୍ଦ ଏବଂ ବାପା ଗୟା ପ୍ରସାଦ ଥାମସ ତାଙ୍କ ମୁହଁ ଦେଖିବାକୁ ବି ଚାହୁଁ ନାହାନ୍ତି। ଏଥିସହିତ ଅଞ୍ଜୁ ସ୍ୱାମୀଙ୍କଠାରୁ ଡିଭୋର୍ସ ନେବାକୁ ଆସିଥିବା କହିଛନ୍ତି । ଅଞ୍ଜୁ ଏକଥା ବି କହିଛନ୍ତି, ତାଙ୍କର ସ୍ୱାମୀ ଅରବିନ୍ଦ ତାଙ୍କ ନାଁରେ ଅନେକ ଅପପ୍ରଚାର କରୁଛନ୍ତି । ସେ ଏହାର ପର୍ଦ୍ଦାଫାଶ କରିବାକୁ ଆସିଛନ୍ତି ବୋଲି ମଧ୍ୟ କହିଛନ୍ତି । ଠିକ ସମୟ ଆସିଲେ ସେ ଅରବିନ୍ଦଙ୍କ ଅସଲ ମୁଖା ଖୋଲି ଦେବେ ବୋଲି  କହିଛନ୍ତି । ଯାହା ବି ହେଉ, ଭାରତ ଫେରିବା ପରେ ସେ ତାଙ୍କ ବାପାଙ୍କ ଘର ଗ୍ୱାଲଅରର ଟେକନପୁର ଯିବେ ବୋଲି କହିଛନ୍ତି । ହେଲେ ପରିବାର ସଦସ୍ୟଙ୍କ କଥା ଛାଡ, ପୂରା ଗାଁ ବାଲା ମଧ୍ୟ ଅଞ୍ଜୁଙ୍କୁ ଚାହୁଁ  ନାହାନ୍ତି । ଅଞ୍ଜୁ ଭାରତ ଆସୁଥିବା ଜାଣି ସାମ୍ବାଦିକମାନେ ଅଞ୍ଜୁଙ୍କ ବାପା ଏବଂ ସ୍ୱାମୀଙ୍କୁ ଫେରିବାର କାରଣ ପଚାରିଲେ । ଉଭୟେ ଅଞ୍ଜୁ ସହ ସବୁ ସମ୍ପର୍କ ଶେଷ ହୋଇ ଯାଇଥିବା କହିଥିଲେ । ସେମାନେ ଆହୁରି କହିଥିଲେ ତାଙ୍କର ଘରର କବାଟ ଅଞ୍ଜୁ ଲାଗି ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ତେବେ ଯାହା ହେଉନା କାହିଁକି, ଅଞ୍ଜୁକୁ ନେଇ ଏବେ ଚିନ୍ତାରେ ପଡିଛି ସୁରକ୍ଷା ଏଜେନ୍ସି । ଅଞ୍ଜୁ କାହିଁକି ଭାରତ ଫେରି ଆସିଛନ୍ତି  ? ତାଙ୍କର ଆସିବା ପଛରେ ପାକିସ୍ଥାନର କିଛି ଅଭିସନ୍ଧି ନାହିଁ ତ ?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.