ବିଶ୍ଵ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଅନୁଷ୍ଠିତ ହେବ ‘ଦିବ୍ୟାଙ୍ଗ ଟି -୨୦ କ୍ରିକେଟ୍’ ପ୍ରତିଯୋଗୀତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଡିସେମ୍ବର ମାସ ତିନି ତାରିଖରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଆସନ୍ତାକାଲି ଦୁଇ ତାରିଖ ଶନିବାର ଦିନ ଦିବ୍ୟାଙ୍ଗ ଟି -୨୦ କ୍ରିକେଟ୍ ପ୍ରତିଯୋଗୀତା ସ୍ଥାନୀୟ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଟି ସକାଳ ଦଶ ଘଣ୍ଟା ସମୟରେ ହେବାକୁ ଥିବା ବେଳେ ଏହି ମ୍ୟାଚ୍ ଟି ବରଗଡ଼ ଓ ମ,ରାମପୁର ଦିବ୍ୟାଙ୍ଗ ଦଳ ମଧ୍ୟରେ ଖେଳାଯିବ ବୋଲି ଜଣା ପଡିଛି । ଏହି ମ୍ୟାଚ୍ ଟି ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ତରଫରୁ ଆମ ଅଞ୍ଚଳ ରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବାରୁ ମ୍ୟାଚ୍ ଦେଖିବାକୁ ସାଧାରଣ ରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଏଥି ସହିତ ଦୁଇ ଦିନ ଧରି ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଇଁ ଦୁଇଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିବା ପ୍ରତିଷ୍ଠାନ ତରଫରୁ ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.