ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ମହିଳା ମହାବିଦ୍ୟାଳୟରେ ଶନିବାର ସକାଳେ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅର୍ନ୍ତଗତ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବପ୍ରଥମେ ଛାତ୍ରୀ ମାନଙ୍କୁ କ୍ରୀଡା ପୋଷକ ଏବଂ କ୍ୟାପ ପ୍ରଦାନ କରାଯାଇଥିଲା। ପରେ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଆଲିନୂର ସବୁଜ ପତାକା ଦେଖାଇ କ୍ରୀଡା ପ୍ରତିଯୋଗୀତାର ଶୁଭାରମ୍ଭ କରିଥିଲେ। ପ୍ରତ୍ୟେକ ଖେଳ ପ୍ରତିଯୋଗୀତାରେ ସର୍ବାଧିକ ୨୦୦ ରୁ ଉର୍ଦ୍ଧ ଛାତ୍ରୀ ମାନେ ଭାଗ ନେଇଥିବାର ଦେଖାଯାଇଥିଲା। କ୍ରୀଡା ଅଧ୍ୟାପିକା ରୀତାରାଣୀ ମିଶ୍ରଙ୍କ ସହ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତ ପ୍ରତୀଯୋଗୀତା ସ୍ୱଚାରୁ ରୂପରେ ତୁଲାଇ ଥିଲେ। ଆସନ୍ତା ଡିସେମ୍ବର ୧୧, ୧୨ ଓ ୧୩ ତାରିଖରେ ହକି, ଭଲିବଲ, ଟେବୁଲ ଟେନିସ, ଖୋଖୋ, ଟଗ ଅଫ ୱାର ଏବଂ ମ୍ୟୁଜିକାଲ ଚେୟାର ଭଳି ବିଭିନ୍ନ ପ୍ରତିଯୋଗୀତା ହେବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ଅର୍ଚ୍ଚନା ପଟ୍ଟନାୟକ ସୂଚନା ଦେଇଛନ୍ତି।