ଛାତ୍ରଛତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ -ମୁଖ୍ୟ ଅତିଥି ନର୍ଲା ବିଧାୟକ ଭୂପିନ୍ଦର ସିଂ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ ଓ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଉଦ୍ଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରିନ୍ସିପାଲ୍ନ ରାମଚନ୍ଦ୍ର ସାହୁଙ୍କ ଅଧ୍ଯକ୍ଷତାରେ ଏନେଇ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ସୁରେଶ କୁମାର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ସୁମନ୍ତ ପୁଝାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ସନ୍ତୋଷ ବୁଦ୍ଧିଆ, ଆନନ୍ଦ ଚାନ୍ଦ, ଜୟନ୍ତ ନାଏକ, ଆକାଶ ପଧାନ, ଅଧ୍ୟାପିକା ହିଙ୍ଗୁଳା ଲକ୍ଷ୍ମୀ ନାଗ ପ୍ରମୁଖ ମଞ୍ଚାସିନ ଅତିଥି ବୃନ୍ଦଙ୍କ ଠାକୁର ପୂଜନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥଲା। କଲେଜର ଅଧ୍ୟକ୍ଷ ଶ୍ରୀ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ରାଜ୍ୟ ସରକାରଙ୍କ ଏହି ଛାତ୍ର ମଙ୍ଗଳ କାର୍ଯ୍ୟକ୍ରମରେ ଛାତ୍ରଛତ୍ରୀ ମାନଙ୍କ ମାନସିକ, ବୌଦ୍ଧିକ ଓ ଶାରୀରିକ ବିକାଶ ହେବ। ଛାତ୍ରଛତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ଗୁଡିକରେ ରାଜ୍ୟ ସରକାରଙ୍କର ଏହି ଛାତ୍ରଛାତ୍ରୀ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବିଦ୍ୟାଳୟର କର୍ମଚାରୀ ଗୋପୀନାଥ ଥପା, ଶମ୍ଭୁ ଜଡ଼ା, ଲାଲ ପଣ୍ଡା ବୃନ୍ଦାବନ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କ୍ରମରେ ରବିବାର ପଞ୍ଚାୟତ ସମିତି ଜୁନିୟର କଲେଜ ନର୍ଲାରେ ମଧ୍ୟ ଆରମ୍ଭ ହେଇଛି ନୂଆ ଓ “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକମ। ରବିବାର ୧୦/୧୨ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକମ ଆସନ୍ତା ୧୯/୧୨ ଯାଏଁ ଚାଲିବ। ଏଥିରେ ଖେଳ ବିଭାଗ ରେ ଫୁଟବଲ, ଭଲିବଲ୍, ଦୌଡ଼, ବେଡମିନ୍ତନ୍, ଲମ୍ବା ଡ଼ିଆଁ, ଉଚ୍ଚ ଡିଆଁ ପ୍ରଭୃତି ରହିଥିବା ବେଳେ ସାସ୍କୃତିକ କାର୍ଯ୍ୟକମ ଗୁଡିକ ମଧ୍ୟରେ ନାଚ, ଗୀତ, ଡ୍ରାମା, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ସାମାଜିକ କାର୍ଯ୍ୟକ୍ରଗୁଡ଼ିକ ମଧ୍ୟରେ ସ୍ବଚ୍ଛତା, ରାସ୍ତା ସଫେଇ, ଶିକ୍ଷା ସଚେତନତା, ସ୍ବାସ୍ଥ୍ୟ ସଚେତନତା, ନିଶା ନିବାରଣ ପ୍ରଭୃତି କାର୍ଯ୍ୟକ୍ରଗୁଡ଼ିକ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ। ଏନେଇ ମଞ୍ଚରେ ଅଧ୍ୟକ୍ଷ ଶ୍ରୀ ସାହୁ ଘୋଷଣା କରିଥିଲେ। ସମନ୍ଵିତ ଯୁବ ବିକାଶ ଯୋଜନା (ଆଇୱାଇଡିପି) ଅଧିନରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏଥିରେ ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ଦକ୍ଷତାର ବିକାଶ ହେବ। ରାଜ୍ୟ ସରକାର ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇ ଯୋଜନା ପ୍ରଣୟନ କରିଛନ୍ତି। ଆସନ୍ତା ମଙ୍ଗଳବାର ୧୯/୧୨ ରେ ଏହା ଉଦଯାପିତ ହେବ ବୋଲି କ୍ରୀଡା ଶିକ୍ଷକ ଶ୍ରୀ ପୁଝାରୀ ସୂଚନା ଦେଇଛନ୍ତି।