ନର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ନର୍ଲା ହାଇସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। “ନୂଆ ଓ ଯୁବ ଓଡିଶା ନବୀନ ଓଡିଶା” ଚତୁର୍ଥ ଦିବସର କାର୍ଯ୍ୟକ୍ରମ ମଧ୍ୟରେ ଗୁରୁବାର ଯୁକ୍ତଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମଶାଲ ଗ୍ରହଣ କରିବା ସହିତ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମଟିକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର କର୍ମଚାରୀ ପ୍ରସନ୍ନ ଗୌଡଙ୍କ ନେତୃତ୍ଵରେ ମଶାଲ ଜଗନ୍ନାଥ ମନ୍ଦିରରୁ ମଶାଲ ଅଣାଯାଇଥିଲା। ଏହି କ୍ରିଡ଼ା ଉତ୍ସବରେ ଅଧ୍ୟାପକ ଭବାନୀଶଙ୍କର ଦାସ, ଆନନ୍ଦ ଚାନ୍ଦ ପ୍ରମୁଖ ମଞ୍ଚାସିନ ରହିଥିଲେ। କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ସୁରେଶ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁମନ୍ତ ପୁଝାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଞ୍ଚାୟତ ସମିତି ହାଇସ୍କୁଲ ନର୍ଲା ପିଇଟି ପ୍ରମୁଖ ସମସ୍ତ କ୍ରୀଡା ଇଭେଣ୍ଟ ଗୁଡିକ ପରିଚାଳନା କରିଥିଲେ। ସମୁଦାୟ ୮ ଗୋଟି ଇଭେଣ୍ଟ ରହିଛି ଛାତ୍ରଛାତ୍ରୀଙ୍କ ପାଇଁ । ଇଭେଣ୍ଟ ଗୁଡିକ ମଧ୍ୟରେ ୧୦୦, ୨୦୦, ୪୦୦ ଓ ୧୫୦୦ ମିଟର ଦୌଡ, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ଲୁହାଗୋଳା ଫିଙ୍ଗା, ଜାଭ୍ଲିନ୍ ଓ ଡିସ୍‌କସ୍ ଥ୍ରୋ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ରହିଥିବା ବେଳେ, ମ୍ୟୁଜିକ୍ ଚେୟାର ଖେଳ କେବଳ ଛାତ୍ରୀ ମାନଙ୍କ ପାଇଁ କରାଯାଇଥିଲା। କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ସୁରେଶ ଚନ୍ଦ୍ର ନାଏକ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଯୁକ୍ତ ଦୁଇ ମହା ବିଦ୍ୟାଳୟର କର୍ମଚାରୀ ଲାଲପଣ୍ଡା ବୃନ୍ଦାବନ ଗଉଡ, ଶମ୍ଭୁ ଜଡା, ପ୍ରସନ୍ନ ଗଉଡ, ନରସିଂହ ଥପା, ପ୍ରତାପ ସାହୁ, ଦୁର୍ଯ୍ୟୋଧନ ବାହୁକ ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ। ଏହି କ୍ରୀଡା ଉତ୍ସବ ଶନିବାର ଯାଏଁ ଚାଲିବାକୁ ରହିଥିବା ବେଳେ ସୋମବାର ଓ ମଙ୍ଗଳବାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ “ନୂଆ ଓ ଯୁବ ଓଡିଶା ନବୀନ ଓଡିଶା” ମଧ୍ୟରେ ଏହି କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀ ମାନଙ୍କୁ ବୁଧବାର ୧୯/୧୨ ଉଦ୍‌ଯାପନୀ ଦିବସରେ ପୁରସ୍କୃତ କରାଯିବ ବୋଲି ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.