ଦିବଙ୍ଗତ କମ୍ୟୁନିଷ୍ଟ ନେତା ଜଗତରାମ ପଧାନଙ୍କ ୧୪ତମ ଶ୍ରାଦ୍ଧବାର୍ଷିକୀ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବିଷିଷ୍ଟ ଲଢ଼ୁଆ କମ୍ୟୁନିଷ୍ଟ ନେତା ତଥା ସମାଜସେବୀ ସ୍ୱର୍ଗତ ଜଗତରାମ ପଧାନଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଘଣ୍ଟମାଳ ଗ୍ରାମ ପଞ୍ଚାୟତ ସମ୍ମୁଖସ୍ଥ ତାଙ୍କର ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି। ଏହି ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ଉପଦେଷ୍ଟା ଓ କର୍ମୀ ଯୋଗଦାନ କରି ସ୍ୱର୍ଗତ ଶ୍ରୀ ପଧାନଙ୍କର ସ୍ମୃତିଚାରଣ ପୂର୍ବକ ଏହି ବିଶିଷ୍ଟ ସମାଜସେବୀ ତଥା କମ୍ୟୁନିଷ୍ଟ ନେତା ଜଗତରାମ ପଧାନ କମ୍ୟୁନିଷ୍ଟ ପାର୍ଟିର ଜଣେ ଟାଣୁଆ ଓ ଲଢ଼ୁଆ ନେତା ଭାବରେ ନର୍ଲା କାହିଁକି ସାରା କଳାହାଣ୍ଡି ଜିଲ୍ଲାରେ ତାଙ୍କର ସୁଖ୍ୟାତି ରହିଥିଲା ବୋଲି ସେମାନଙ୍କର ବକ୍ତବ୍ୟରେ କହିଥିଲେ। ସେ ଜଣେ ନେତା ଭାବରେ କମ୍ ଜଣେ ସମାଜସେବୀ ଭାବରେ ଜନସାଧାରଣଙ୍କ ନିକଟରେ ତଥା ଘରେ ଘରେ ଅଧିକ ପରିଚୟ ସୃଷ୍ଟି କରିପାରିଥିଲେ ବୋଲି କହିଥିଲେ। ସ୍ୱର୍ଗତ ଏହି ମହା ନାୟକଙ୍କର ୧୪ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ନର୍ଲା ବ୍ଲକ ଅଞ୍ଚଳର କମ୍ରେଡ଼ମାନେ ସମବେତ ହୋଇ ନେତାଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିଥିଲେ। ସ୍ୱର୍ଗତ ନେତା ଶ୍ରୀ ପଧାନଙ୍କର ସୁପୁତ୍ର ସିପିଆଇ(ଏମ୍ଏଲ୍) ଜାଗ୍ରତ ସମିତିର କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ କେଶବ ପଧାନ ପ୍ରଥମେ ଉପସ୍ଥିତ ସମସ୍ତ ଜନସାଧାରଣ ଓ ଦଳୀୟ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଅତିଥି ମାନେ ଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଉପସ୍ଥିତ ସମସ୍ତ ଜନସାଧାରଣ ଓ କର୍ମୀ ପୁଷ୍ପାଞ୍ଜଳୀ ଅର୍ପଣ ପରେ ଦିବଙ୍ଗତ ନେତା ଶ୍ରୀ ପଧାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଅତିଥିବୃନ୍ଦ ତାଙ୍କର ସ୍ମୃତିଚରରଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ(ଏମ୍ଏଲ୍) ଜାଗ୍ରତ ସମିତିର କଳାହାଣ୍ଡି ଜିଲ୍ଲା ସହ ସମ୍ପାଦକ ଦୟାସାଗର ନାଏକ, ବଲମ ଧରୁଆ, ପଦ୍ମନ ଦୋରା, ଖାଡିରାମ ଧରୁଆ, ଚନ୍ଦ୍ର ହରିଜନ, ବିପିନ ନାଏକ, କ୍ଷୀରସିନ୍ଧୁ ରଣା, ମୋହନଗିରି ର ଚନ୍ଦନ ମାଝୀ, ବିଶ୍ଵନାଥପୁର ବ୍ରାଞ୍ଚ ର ଡୁକା ମାଝୀ, ଆନନ୍ଦ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସମ୍ପାଦକ ଶ୍ରୀ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.