ସାହିତ୍ୟ ଏକାଡେମୀ ତରଫରୁ ବହୁଭାଷୀ ଟ୍ରାନ୍ସଜେଣ୍ଡର ଲେଖକ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କୋଲକାତା (କୃଷ୍ଣ କୁମାର ମହାନ୍ତି): ୱେବଲାଇନ୍ ସାହିତ୍ୟ ଶୃଙ୍ଖଳା କ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା କାର୍ଯ୍ୟାଳୟ ତରଫରୁ ଏକ ବହୁଭାଷୀ ଟ୍ରାନ୍ସଜେଣ୍ଡର୍ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ସାହିତ୍ୟ ଅକାଦେମିର ଆଞ୍ଚଳିକ ସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଉତ୍ତରପ୍ରଦେଶ ଟ୍ରାନ୍ସଜେଣ୍ଡର କଲ୍ୟାଣ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପରାମର୍ଶଦାତା ଦେବିକା ଦେବେନ୍ଦ୍ର ଏସ୍ ମଙ୍ଗଳାମୁଖୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଉଦଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ ବିଶିଷ୍ଟ ବଙ୍ଗଳା ଟ୍ରାନ୍ସଜେଣ୍ଡର ଲେଖିକା ମାନବୀ ବନ୍ଦୋପାଧ୍ୟାୟ। ଉଦଘାଟନୀ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିବା ପୂର୍ବକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସାହିତ୍ୟ ଏକାଡେମୀର ସହକାରୀ ସଂପାଦକ କ୍ଷେତ୍ରବାସୀ ନାଏକ।

Udyog Nursery
Udyogi Nursery

ପ୍ରଥମ ଅଧିବେଶନରେ ଗଳ୍ପ ପାଠ କରିଥିଲେ ଭୈରବୀ ଅମରାନୀ (ଇଂରାଜୀ), ଦେବାଂଶୀ ବିଶ୍ବାସ (ବଙ୍ଗଳା) ଏବଂ ଡକ୍ଟର ସଂଜନା ସାଇମନ (ହିନ୍ଦୀ)। ସେହିପରି ଦ୍ବିତୀୟ ଅଧିବେଶନରେ ସ୍ବରଚିତ କବିତା ପାଠ କରିଥିଲେ ଫୋଲିନା ଚୋଙ୍ଗଥୁ (ଇଂରାଜୀ), ଗୁରଜାନ ସିଂହ (ପଂଜାବୀ), ମାୟା ଉର୍ମିଳା କୋଲି (ଓଡ଼ିଆ), ମୟୁରୀ ଡେକା (ଅହମିୟା), ପାୟଲ ରାଠୱା (ଗୁଜୁରାଟୀ), ରେଶମା ପ୍ରସାଦ (ହିନ୍ଦୀ), ଋତ୍ବିକ ଚକ୍ରବର୍ତ୍ତୀ (ବଙ୍ଗଳା) ଏବଂ ଶିବେନ ଗୁରେଜା (ହିନ୍ଦୀ)।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.