ମହାମାୟାର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ସୁନସୁନିଆ ସ୍ଥିତ ମହାମାୟା କଲେଜ ଠାରେ ଇଗନିଟି ୧୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାମାୟା ଗ୍ରୁପ ଅଫ ଇନ୍ସଟିଟ୍ୟୁଟର ସମ୍ପାଦକ ଟଙ୍କଧର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରିନ୍ସପାଲ ଚନ୍ଦ୍ରଶେଖର ଚନ୍ଦ୍ରକାର ଯୋଗ ଦେଇଥିବା ବେଳେ ବିଶିଷ୍ଠ ଅତିଥି ରୂପେ ମହାମାୟା କଲେଜ ଫାଉଣ୍ଡର ସତ୍ୟଭୂଷଣ ସାହୁ, ସମ୍ମାନିତ ଅତିଥି ରୂପେ ମହାମାୟା ପବ୍ଲିକ ସ୍କୁଲର ଏମ. ଡି ଜ୍ୟୋତିର୍ମୟୀ ସାହୁ, ମହାମାୟା ଏ. ଓ ବିଜୟ କୁମାର ରାଉତରାୟ, ମହାମାୟା ପବ୍ଲିକ ସ୍କୁଲ ପ୍ରିନ୍ସପାଲ ପ୍ରଫୁଲ୍ଲ କୁମାର ମହାନନ୍ଦ, ମହାମାୟା ଡିଗ୍ରୀ କଲେଜେ ପ୍ରିନ୍ସପାଲ ଏସ. ଏନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅଭିଭାବକଙ୍କ ମଧ୍ୟରୁ ସ୍ୱତନ୍ତ୍ର ଅତିଥି ରୂପେ ପି. ଏମ. ଏନ. ଏଚ ଡାଇରେକ୍ଟର ଡା ବିଜୟ କୁମାର ପାଣିଗ୍ରାହୀ, ଡି. ଏସ. ପି ଇଂଟଲିଜେନ୍ସ ବ୍ୟୁରୋ ନିର୍ମଳ କୁମାର ପାଣିଗ୍ରାହୀ, ସି. ଜେ. ଏମ ପ୍ରଜ୍ଞା ପରିମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏହି ଉତ୍ସବିରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧେ ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା। ପରେ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ବିଦ୍ୟାଳୟରେ ଶିକ୍ଷା ଓ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ପରେ କାର୍ଯ୍ୟକ୍ରମର ଦ୍ଵିତୀୟ ଭାଗରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଦେଶର କୋଣ ଅନୁକୋଣର ପରମ୍ପରା ଓ ସଭ୍ୟତାରେ ଭରପୁର ବିଭିନ୍ନ ନୃତ୍ୟସବୁ ପରିବେଶତ ହୋଇଥିଲା। ବିଦ୍ୟାଳୟର ଅଧ୍ୟାପକ ଅଖିଲ ମିଶ୍ର, ଏନ. ପି. ଏସ ଗାନ୍ଧୀ, ମଣିରାଜ ସାହୁ, ରାଧା ଚୌଧରୀ, ମଧୁସ୍ମିତା ନାୟକ, ପ୍ରିୟଙ୍କା ପୁରୋହିତ, ଅଭିଷେଖ ସିଂ, ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.