ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ଵନାଥନାଥ ମାଁ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟଠାରେ ଚାଲିଥିବା ନୂଆ-ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମାଁ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶନ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ଼ ତହସିଲଦାର କିରଣ କୁମାର ମହାନ୍ତି ଯୋଗଦେଇ ପାଠପଢ଼ା ସହିତ କ୍ରିଡ଼ା, ସାଂସ୍କୃତିକ ଓ ସମାଜସେବା ଭଳି କ୍ଷେତ୍ରରେ ଦକ୍ଷତା ହାସଲ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେ଼ଇ, ବିଶ୍ଵନାଥପୁର ମାଁ ହିରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ କଙ୍କନ କୁମାର ରାଏ, ପୂର୍ବତନ ଉପାଧ୍ୟକ୍ଷ ଜଗଦିଶ ବେନିଆଁ, ବିଶ୍ଵନାଥପୁର ପୂର୍ବତନ ସରପଞ୍ଚ ଅନନ୍ତ ପ୍ରଧାନୀ, ବରିଷ୍ଠ ନାଗରିକ ବଳରାମ ବେହେରା, ରଘୁବୀର ନାଗ, ବରିଷ୍ଠ ଅଧ୍ୟାପକ ତଥା ସାଂସ୍କୃତିକ ନୋଡାଲ ଅଫିସର ଅରୁଣ କୁମାର ଚନ୍ଦନ, ସାମାଜିକ ନୋଡାଲ ଅଫିସର ପୁଷ୍ପାଞ୍ଜଳି ନାୟକ, କ୍ରିଡ଼ା ନୋଡାଲ ଅଫିସର କନକଲତା ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମକୁ ଡିଗ୍ରୀ ମହାବିଦ୍ୟାଳୟର ଲାଇବ୍ରେରୀଆନ୍ ଧବଳେଶ୍ଵର ଠେଲା ପରିଚାଳନା କରିଥିବାବେଳେ ଏଥିରେ ବିଭିନ୍ନ କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ୍ ସଭାପତି ନିଲେଶ କୁମାର ନାଗ, ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ତୁଳ ଯୋଗଦେଇଥିଲେ। ଏହି ଅବସରରେ ଲାଞ୍ଜିଗଡ଼ର ଗର୍ବ ଓ ଗୌରବ ଦୁର୍ଗମ ଖଜୁରଗୁଡ଼ା ଗାଁର ଜାତୀୟସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳି ବିଶାଖା ନାଏକଙ୍କୁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଦୀର୍ଘ ୧୦ ଦିନଧରି ଚାଲିଥିବା ବେଳେ ଏଥିରେ ସାଂସ୍କୃତିକ, କ୍ରିଡ଼ା, ସମାଜସେବ, ତଥା କାର୍ଯ୍ୟକ୍ରମରେ ଲୋକଙ୍କୁ ସ୍ୱଚ୍ଛ ଭାରତ, ନାରୀ ଶିକ୍ଷା ବିଷୟରେ ସଚେତନତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ କ୍ରିଡ଼ା ଶିକ୍ଷକ ଶ୍ରୀନିବାସ ଦାସ, ଅଧ୍ୟାପକ ବିଜୟ କୁମାର ଶୁଭମ୍ ପାଢ଼ୀ, ଅଧ୍ୟାପିକା ଚିନ୍ମୟୀ ସାହୁ, ନିଲେଦ୍ରି ସତପଥି, ଅତିଥି ଅଧ୍ୟାପକ ତାପସ ରଞ୍ଜନ ଦଳେଇ, କର୍ମଚାରୀ ବିକ୍ରମାଦିତ୍ୟ ବାରିକ କୁଳମଣି ବାଣୁଆ, ଘନଶ୍ୟାମ ସୁନା, ଜୟମନି ବେହେରା, ରତ୍ନୀ ମାଝୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.