ଏସବୁ ଖାଇଲେ ଶୀତଦିନେ ବି ରହିବେ ଉଷୁମ

ଶୀତଦିନେ ଶରୀରକୁ ଗରମ ନ ରଖିଲେ ଥଣ୍ଡା କାଶ ଭଳି ସମସ୍ୟା ଦେଖାଯାଏ। ତେଣୁ କେବଳ ଶୀତବସ୍ତ୍ର ବ୍ୟବହାର କରି ଶରୀରକୁ ଗରମ ରଖାଯାଇପାରିବ ନାହିଁ, ଏଥିପାଇଁ ଖାଦ୍ୟରେ ପରିବର୍ତ୍ତନ ମଧ୍ୟ ଆବଶ୍ୟକ।

Omkar Vasthu
Omkar Vasthu

ଆସନ୍ତୁ ଜାଣିବା ଏଭଳି କିଛି ଖାଦ୍ୟ ସମ୍ପର୍କରେ, ଯାହା ଆପଣଙ୍କ ଶରୀରକୁ ପ୍ରାକୃତିକ ଭାବେ ଉଷ୍ମତା ପ୍ରଦାନ କରିବ।

Pearl dental clinic
Near Ashish Medical Store, Bhawanipatna


କମଳା, ଗାଜର, ପିଜୁଳି

ଭିଟାମିନ୍ ଏ ଓ ସି ରେ ଭରପୂର ଫଳ ଶୀତଦିନରେ ଖାଇପାରିବେ। ଗାଜର, ପିଜୁଳି ଓ କମଳାରେ ଏହି ସବୁ ଗୁଣ ପ୍ରଚୁର ମାତ୍ରାରେ ରହିଛି। ଏସବୁ ଖାଇବା ଦ୍ବାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହାବ୍ୟତୀତ ଏସବୁ ଫଳ ଆଖି ଏବଂ ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ।

Udyog Nursery
Udyogi Nursery

ରାଶି

ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଇରନ୍ରେ ଭରପୂର ରାଶିରେ ଗୁଡ଼ ମିଶାଇ ଖାଇଲେ ଶୀତଦିନେ ଅନେକ ଲାଭ ମିଳିଥାଏ। ଏହିଦିନେ ଆପଣ ରାଶିରେ ତିଆରି କରାଯାଉଥିବା ଲଡ଼ୁ, ତିଲ୍ ପଟ୍ଟି କିମ୍ବା ପାମ୍ପଡ଼ ମଧ୍ୟ ଖାଇପାରିବେ।

ଚିନାବାଦାମ ଚିକ୍କି

ଚିନାବାଦାମ ଏବଂ ଗୁଡ଼ରେ ତିଆରି କରାଯାଇଥିବା ଚିକ୍କି ସେବନ ଶୀତଦିନେ ବହୁତ ଲାଭ ଦେଇଥାଏ। ଏଥିରେ ଥିବା ପୋଷକତତ୍ତ୍ବ ଶୀତଦିନେ ଶରୀରକୁ ଉଷ୍ମ ରଖିଥାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.