ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡର ଶତାୟୁ ମହିଳା ରାଜମଣି ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥଲା। ସେ ଜଣେ ଧର୍ମ ପରାୟଣା ମହିଳା ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ପାଞ୍ଚ ପୁଅ କାହ୍ନୁ, ବେଣୁ, ଗଙ୍ଗା, କୁନା, କରୁଣା ପାଞ୍ଚ ବୋହୁ ବାଳା, ଲଷ୍ମୀ, ଲିଲି, କଳ୍ପନା, ଭୁବନା ଓ ୬ ଜଣ ନାତି ମନୋଜ, ଅସ୍ପିନ, ବିଜୟ, ହୃଷୀକେଶ,ଅଜୟ ଓ ସୁଭମ ପ୍ରମୁଖ ଉପସ୍ଥିତ ଥିଲେ। ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।