ସଇଁତଲାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଅଣଦେଖାର ପ୍ରତିବାଦ; ବିଡିଓଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ବ୍ଲକର ସାମ୍ବାଦିକମାନଙ୍କୁ ନୂତନ ଭାବେ ଯୋଗଦାନ କରିଥିବା  ବିଡ଼ିଓ ବିନୟ କୁମାର ଭୋଇ ଅଣଦେଖା କରୁଛନ୍ତି। ବ୍ଲକରେ ଚାଲିଥିବା ବିଭିନ୍ନ ସରକାରୀ ପ୍ରୋଗ୍ରାମ ମାନଙ୍କ ସୂଚନା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଡ଼ିଓ ମହୋଦୟ ନଦେବା ସହ ସାମ୍ବାଦିକମାନଙ୍କୁ ଅଣଦେଖା କରୁଛନ୍ତି ତେଣୁ ତାଙ୍କୁ ତୁରନ୍ତ ବଦଳୀ କରାଯାଉ ବୋଲି ମଙ୍ଗଳବାର ଜନଶୁଣାଣୀ ସମୟରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ନିକଟରେ ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଏହି ବ୍ଲକକୁ ଗତ ୧୧ ତାରିଖ ଦିନ ନୂଆ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆସିଥିଲେ  କିନ୍ତୁ ବିଡ଼ିଓ କୋଣସି ସାମ୍ବାଦିକମାନଙ୍କୁ ସୂଚନା ଦେଇନଥିଲେ। ଏହା ସହିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ଜଗନ୍ନଥ ପରିକ୍ରମା ପ୍ରକଳ୍ପ ରଥ ଗୁଡ଼ିକର ସୂଚନା ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ଦିଆଯାଉନାହିଁ। ଯାହା ଫଳରେ ଏହାର ସୁଯୋଗ ନେଇ ବିଭିନ୍ନ ପଞ୍ଚାୟତରୁ ଆରମ୍ଭ କରି ବ୍ଲକଗୁଡିକରେ ଦୁର୍ନୀତି ବୃଦ୍ଧି ପାଉଛି। ଏହାର ପ୍ରତିବାଦରେ ଜନସୁଣାଣୀ କାର୍ଯ୍ୟକ୍ରମକୁ ସାମ୍ବାଦିକମାନେ ବର୍ଜନ କରି ସଇଁତଲା ବିଡ଼ିଓଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ସାମ୍ବାଦିକ ପ୍ରମୋଦ କୁମାର ସେଲମା, ନାରାୟଣ ସାହୁ, ବିଶାଳ ଅଗ୍ରୱାଲ, ଅଜିତ ସାହୁ, ପ୍ରଦୀପ ବାଗ, ତରୁଣ ବେହେରା, ଅବିନାଶ ନନ୍ଦ, ସୁଶାନ୍ତ ମେହେର, ରଞ୍ଜନ ବାଗଙ୍କ ସମେତ ସଇଁତଲା ବ୍ଲକ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.