ଇଭିଏମ ଓ ଭିଭିପାଟ ସମ୍ବନ୍ଧରେ ସାଧାରଣ ଭୋଟର ହେବେ ସଚେତନ :ଉପଜିଲ୍ଳାପାଳ
ବୁଥସ୍ତରରେ ବୁଲିବ ଏମଡିଭି ଭ୍ୟାନ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଚଳିତ ନିର୍ବାଚନ ବର୍ଷରେ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଓ ରାୟଗଡା ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଳାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୧୪୦-ଜନଜାତି ରାୟଗଡା ନିର୍ବାଚନ ମଣ୍ଡଳିର ସାଧାରଣ ଭୋଟରଙ୍କୁ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ରେ ଇଭିଏମ ଓ ଭିଭିପାଟ ମେସିନ୍ ବ୍ୟବହାର ସମ୍ବନ୍ଧରେ ସଚେତନ କରିବାକୁ ରାୟଗଡା ଉପଜିଲ୍ଳାପାଳ ଓ ଦଣ୍ଡାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଇଭିଏମ ଡେମୋଷ୍ଟ୍ରେସନ୍ କେନ୍ଦ୍ର (ଇଡିସି)ର ଶୁଭାରମ୍ଭ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।
ଉପଜିଲ୍ଳାପାଳ ତଥା ରିଟର୍ଣ୍ଣିଂ ଅଫିସର ସଂଘମିତ୍ରା କଲ୍ୟାଣୀ ଦେବୀ ଏହି ଇଡିସି କେନ୍ଦ୍ରକୁ ଶୁଭାରମ୍ଭ କରିଥିଲେ । ରାୟଗଡା ନିର୍ବାଚନ ମଣ୍ଡଳିରେ ଥିବା ରାୟଗଡା, କାଶିପୁର ବ୍ଳକ ସମେତ ରାୟଗଡା ପୈାରାଂଚଳରେ ଥିବା ଭୋଟରଙ୍କୁ ମତଦାନ କିଭଳି କରିବା ସମନ୍ଧରେ ସଚେତନତା ସୃଷ୍ଟି କରିବା ଦିଗରେ ଏହି ଇଡିସି କେନ୍ଦ୍ର ଖୋଲାଯାଇଥିବା ନେଇ ଉପଜିଲ୍ଳାପାଳ ଶ୍ରୀମତି ସଂଘମିତ୍ରା କଲ୍ୟାଣୀ ଦେବୀ ପ୍ରକାଶ କରିଛନ୍ତି । ଇଡିସି କେନ୍ଦ୍ରରେ ପ୍ରଦର୍ଶିତ ହେଉଥିବା ଇଭିଏମ ଓ ଭିଭିପାଟ ମେସିନର କାର୍ଯ୍ୟକାରିତା ସଂପର୍କରେ ଯଦି କୈାଣସି ସାଧାରଣ ଭୋଟରଙ୍କ କୈାଣସି ପ୍ରଶ୍ନ ଥାଏ,ସନ୍ଦେହ ଥାଏ ତାହା ଏଠାରେ ଦୂର ହୋଇପାରିବ । ଏହି ଇଡିସି କେନ୍ଦ୍ର ଆସନ୍ତା ଫେବୃବାରୀ ମାସ ଶେଷ ପର୍ଯ୍ୟନ୍ତ ଖୋଲାଯିବା ସହ ରାୟଗଡା, କାଶିପୁର ବ୍ଳକ ସମେତ ରାୟଗଡା ପୈାରାଂଚଳରେ ବୁଲି ବୁଲି ଇଭିଏମ ଓ ଭିଭିପାଟ ସଂପର୍କରେ ସାଧାରଣ ଭୋଟରଙ୍କୁ ସଚେତନ କରିବା ପାଇଁ ଏକ ମୋବାଇଲ୍ ଡେମୋଷ୍ଟ୍ରେସନ୍ ଭ୍ୟାନ (ଏମଡିଭି)ର ବ୍ୟବସ୍ଥା ମଧ୍ୟ କରାଯାଇଥିବା ନେଇ ଉପଜିଲ୍ଳାପାଳ ପ୍ରକାଶ କରିଛନ୍ତି । ସେହିପରି ବୁଥସ୍ତରରେ ଏହି ଏମଡିଭି ଭ୍ୟାନ ପରିଭ୍ରମଣ କରିବା ନିମନ୍ତେ ଖସଡା ପ୍ରସ୍ତୁତ କରାଯାଇଛି ।
ଯେଉଁ ସ୍ଥାନରେ ଏମଡିଭି ଯୋଗେ ସଚେତନତା କାର୍ଯ୍ୟକ୍ରମ କରାଯିବ ତା’ପୂର୍ବ ଦିନ ପ୍ରଚାର ରଥ ମାଧ୍ୟମରେ ଅଂଚଳର ସାଧାରଣ ଭୋଟରଙ୍କୁ ଅବଗତ କରାଯିବ ଏବଂ ଆବଶ୍ୟକ ସ୍ଥଳେ ଆଂଚଳିକ ଭାଷାରେ ବୁଝାଇବା ପାଇଁ ସ୍ଥାନୀୟ ଭାଷାବିତଙ୍କ ସାହାର୍ଯ୍ୟ ନିଆଯିବ ବୋଲି ଉପଜିଲ୍ଳାପାଳ ପ୍ରକାଶ କରିଛନ୍ତି । ବିଶେଷ କରି ଏହି ଇଡିସି କେନ୍ଦ୍ରରେ ଜଣେ ସାଧାରଣ ଭୋଟର କିଭଳି ଭାବେ ଇଭିଏମ ଓ ଭିଭିପାଟ ମେସିନ ଦ୍ୱାରା ନିଜ ମତଦାନ କରିପାରିବେ ସେ ସମ୍ବନ୍ଧରେ ସଚେତନତ କରାଯିବ । ଇଭିଏମ ଓ ଭିଭିପାଟ ଆଗାମୀ ସାଧାରଣ ନିର୍ବାଚନରେ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ବ୍ୟବହୃତ କରାଯିବ । ଇଭିଏମ ଦ୍ୱାରା ନିଜ ପସନ୍ଦର ପ୍ରାର୍ଥୀଙ୍କ ନାମ ଓ ଚିହ୍ନ ବିପକ୍ଷରେ ବାଲାଟ ୟୁନିଟ୍ ଉପରେ ଥିବା ନୀଳ ବଟନକୁ ଭୋଟର ଦବାଇବା ପରେ ଏକ ଲାଲ ଆଲୋକ ପ୍ରତିଫଳିତ ହେବ ଏବଂ ମନୋନୀତ ପ୍ରାର୍ଥୀଙ୍କ ନାମ,କ୍ରମିକ ସଂଖ୍ୟା ଏବଂ ମତଦାନ ଚିହ୍ନ ଥିବା ଏକ ବାଲାଟ୍ ସ୍ଳିପ୍ ଭିଭିପାଟ୍ ମେସିନରେ ମୁଦ୍ରିତ ହେବ ଏବଂ ଏହି ସ୍ଳିପଟି କେବଳ ୭ସେକେଣ୍ଡ ପାଇଁ ଦୃଶ୍ୟମାନ ହେବ । ସେହିପରି ଭୋଟର ହେଲପ୍ ଲାଇନ ଆପ୍ କିମ୍ବା କ୍ୟୁଆର କୋଡ୍ ସ୍କାନ କରି ଜଣେ ସାଧାରଣ ଭୋଟର ସବୁ କିଛି ସୁବିଧା ପାଇପାରିବେ ଏବଂ ଭୋଟ ସମ୍ବନ୍ଧୀୟ ତଥ୍ୟ ପାଇଁ ଭୋଟର ହେଲପ୍ ଲାଇନ୍ ଆପ୍ ଲଗ ଇନ’ର ବ୍ୟବସ୍ଥା କରାଯାଇଥିବା ନେଇ ଇଡିସି କେନ୍ଦ୍ରରେ ସଚେତନ କରାଯାଉଛି ।
ଏହି ଇଡିସି କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର କୃଷ୍ଣଚନ୍ଦ୍ର ଦାସ, ପ୍ରଜ୍ଞା ପରିମିତା, ସହକାରୀ ଜିଲ୍ଳାପାଳ ପ୍ରଫୁଲ କୁମାର ବେହେରା, ସେକ୍ସନ ଅଫିସର ଗୈାରୀ ଶଙ୍କର, ବି.ସି.ପାଲ, ଏଡିଡବ୍ଳ୍ୟୁଓ ସନ୍ତୋଷ କୁମାର ବାଉରୀ,ଜିଲ୍ଳା ସ୍ୱଳ୍ପ ସଂଚୟ ଅଧିକାରୀ ବି.ଏନ. ଷଡଙ୍ଗୀଙ୍କ ସମେତ ରାୟଗଡା ବିଜୁ ଜନତା ଦଳ ପଦାଧିକାରୀ ଦେବାଶିଷ ଖାଡଙ୍ଗା,କଂଗ୍ରେସର ଶଙ୍କର୍ଷଣ ମଙ୍ଗରାଜ, ବିଜେପିର ରଜତ କୁମାର ମାଦଳାଙ୍କ ସମେତ ବିଏସପିର ରବିନ୍ଦ୍ର ଗରଡିଆ ପ୍ରମୁଖ ଯୋଗ ଦେଇଥିଲେ । ଇଡିସି କେନ୍ଦ୍ର ଓ ଏମଡିଭି ସମ୍ବନ୍ଧୀୟ ବ୍ୟବସ୍ଥା ଉପରେ ଉପଜିଲ୍ଳାପାଳ ଉପସ୍ଥିତ ରାଜନୈତିକ ଦଳ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଥିଲେ ।