ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୂକୁଲ୍ୟରେ ଦ୍ବି-ଦିବସୀୟ ଆନ୍ତର୍ଜାତିକ ସମ୍ମିଳନୀ

ଭାରତ, ନେପାଳ, ୟୁ.କେ,ବଙ୍ଗଳାଦେଶ, ଅଷ୍ଟ୍ରେଲିଆ ଓ କାନାଡାରୁ ଯୋଗ ଦେବେ ବିଶେଷଜ୍ଞଗଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଶିକ୍ଷାନୁଷ୍ଠାନର ମାନ ଓ ଶିକ୍ଷାର ବିସ୍ତାରିତ ପ୍ରସାରଣର ପରିମାପକକୁ ବଢ଼ାଇବାର ଲକ୍ଷ୍ଯ ନେଇ ଆସନ୍ତା ୧୯ ଓ ୨୦ ତାରିଖରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆପାଢୀ କ୍ୟାମ୍ପସ ଠାରେ ଏକ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।

Omkar Vasthu
Omkar Vasthu

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ବିଶେଷ ମାର୍ଗଦର୍ଶନ ଓ ତତ୍ତ୍ବାବଧାନରେ
‘ନ୍ୟାଭିଗେଟିଙ୍ଗ୍ ଇନକ୍ଲୁସିଭ୍ ଏଜୁକେସନ: ବ୍ରିଜିଙ୍ଗ୍ ଦ ଡିଭାଇଡ୍ ଆଣ୍ଡ୍ ଏମ୍ପାଓ୍ଵାରିଙ୍ଗ୍ ଏଭ୍ରି ଲର୍ଣ୍ଣର୍’ ବାଅନ୍ତର୍ନିବେଶୀ ଶିକ୍ଷା ପରିଚାଳନା: ଭିନ୍ନତା ସଂଯୋଜନ ଏବଂ ଶିକ୍ଷାର୍ଥୀ ସଶକ୍ତୀକରଣ” ମୁଖ୍ଯ ପ୍ରସଙ୍ଗ ଓ ବିଷୟବସ୍ତୁ ଆଧାରିତ ଏହି ଆନ୍ତର୍ଜାତିକ ସମ୍ମିଳନୀରେ ସଂସାଧନ ବ୍ୟକ୍ତି ବିଶେଷଜ୍ଞ ଭାବେ ଭାରତ, ନେପାଳ, ୟୁ.କେ, ବଙ୍ଗଳାଦେଶ, ଅଷ୍ଟ୍ରେଲିଆ ତଥ କାନାଡାରୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Pearl dental clinic
Near Ashish Medical Store, Bhawanipatna

ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶିକ୍ଷା ବିଭାଗ ଦ୍ବାରା ଆୟୋଜିତ ହେବାକୁ ଯାଉଥିବା ଏହି ସମ୍ମିଳନୀର ପରାମର୍ଶଦାତା କମିଟିରେ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟର ବରିଷ୍ଠ ବିଶେଷଜ୍ଞଙ୍କ ସହ ଅରୁଣାଚଳ ପ୍ରଦେଶ, ଆସାମ, ଓ୍ବେଷ୍ଟବେଙ୍ଗଲ ଓ ସାଉଥ ଆଫ୍ରିକାରୁ ମଧ୍ଯ ସଦସ୍ଯ ସାମିଲ ହୋଇଛନ୍ତି ବୋଲି ବିଶ୍ବବିଦ୍ୟାଳୟ ତରଫରୁ ସୂଚିତ କରାଯାଇଛି। ଏଥିସହ “ଇନକ୍ଲୁସିଭ ଏଜୁକେସନ” ସଂପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରାୟ ୮୮ ଜଣ ଗବେଷକ ଅଂଶଗ୍ରହଣ କରି ନିଜର ତଥ୍ଯକୁ ଉପସ୍ଥାପନା କରିବାର କାର୍ଯ୍ୟକ୍ରମ ରହିଛି।

Udyog Nursery
Udyogi Nursery

ଏହି ସମ୍ମିଳନୀରେ ଅନେକ ସଂଖ୍ୟାରେ ଶିକ୍ଷାବିତ, ଗବେଷଣାରତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇ ଏହାକୁ ସଫଳ କରିବାକୁ କାର୍ଯ୍ୟକ୍ରମର ସଂଯୋଜକ ତଥା ଶିକ୍ଷା ବିଭାଗର ମୁଖ୍ଯ ଆସୋସିଏଟ୍ ପ୍ରଫେସର ଡ଼କ୍ଟର ଜ୍ୟୋତି ଶଂକର ପ୍ରଧାନ, ସାଂଗଠନିକ ସଂପାଦକ ଡ଼କ୍ଟର ଅମୂଲ୍ଯ କୁମାର ଆଚାର୍ଯ୍ଯ ଓ ସଂଯୁକ୍ତ ସାଂଗଠନିକ ସଂପାଦକ ଡ଼କ୍ଟର ପ୍ରତିମା ପ୍ରଧାନ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.