ନାଟ୍ ର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚ଼ନ

● ପ୍ରଦ୍ୟୁମ୍ନ କାର୍ଯ୍ୟକାରୀ ସଭାପତି, ବନମାଳି ସାଧାରଣ ସଂପାଦକ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନାଟକ, ସାହିତ୍ୟ ଓ ସମାଜସେବା ପାଇଁ ସମର୍ପିତ ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡ଼ାଲ ଏସୋସିଏସନ ଫର୍ ଏମେଚ୍ୟେର ଥିଏଟର (ନାଟ)ର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସରକାରୀ ନର୍ସରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନାଟର ବିଗତ ଦିନଗୁଡ଼ିକରେ ଅନୁଷ୍ଠିତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବା ସହ ଆଗାମୀ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି ଅବସରରେ ଆଗାମୀ ଦୁଇ ବର୍ଷ ପାଇଁ ନାଟ୍ ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନରେନ୍ଦ୍ର ଚାନ୍ଦ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ନାଟ ଅନୁଷ୍ଠାନର ସମ୍ବିଧାନ କ୍ରମେ ରାଷ୍ଟ୍ରୀୟ ନାଟ୍ ସମ୍ମାନରେ ସମ୍ମାନିତ ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ଡ଼. ସବ୍ୟସାଚୀ ମହାପାତ୍ର ନାଟର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଭାବେ ଶୋଭାମଣ୍ଡନ କରିଥିବା ବେଳେ ପୁଣି ଥରେ ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ କୁମାର ସାହୁ ସର୍ବସମ୍ମତି କ୍ରମେ ନାଟର କାର୍ଯ୍ୟକାରୀ ସଭାପତି ଏବଂ ବିଶିଷ୍ଟ ସଂଗଠକ ବନମାଳି ପଣ୍ଡା ସାଧାରଣ ସଂପାଦକ ଭାବେ ମନୋନୀତ ହୋଇଛନ୍ତି। ଠିକ୍ ସେହିପରି ଶୈଳେନ୍ଦ୍ର ବସ୍ତିଆ ଉପ ସଭାପତି, ଅବିନାଶ ହୋତା ସଂସ୍କୃତି ସଂପାଦକ, କବି ନରେନ୍ଦ୍ର ଭୋଇ ସାହିତ୍ୟ ସଂପାଦକ, ସଞ୍ଜୟ କୁମାର ପଣ୍ଡା ସମାଜସେବା ସଂପାଦକ ଏବଂ ଜ୍ୟୋତି ବିକାଶ ମିଶ୍ର କୋଷାଧ୍ୟକ୍ଷ୍ୟ ଭାବେ ମନୋନୀତ ହୋଇଥିବା ବେଳେ ଅଜିତ କୁମାର ମେହେର, ଗତିକୃଷ୍ଣ ବଣିଆଁ, ସନ୍ତୋଷ କୁମାର ମିଶ୍ର, ବିଶ୍ଵଜିତ ମହାପାତ୍ର ଓ ଅମୀୟ ରଂଜନ ଦାଶ କାର୍ଯ୍ୟକାରୀ ସମିତି ସଭ୍ୟଭାବେ ମନୋନୀତ ହୋଇଛନ୍ତି। ସଂସ୍କୃତି ଅନ୍ତରୀଣ କମିଟିକୁ ନୂତନ ଭାବେ ଚିନ୍ମୟ ରଥ, ସମୀର ସାହୁ, ଦେବାଶିଷ ପଟ୍ଟନାୟକ, ଶିବଦତ୍ତ ଚାନ୍ଦ, ସାହିତ୍ୟ ଅନ୍ତରୀଣ କମିଟିକୁ କ୍ଷୀରୋଦ ବିହାରୀ ବିଶ୍ୱାଳ, ଲକ୍ଷ୍ମୀ ନାରାୟଣ ସାହୁ, ଦିଲ୍ଲୀପ କୁମାର ମହାନ୍ତି, ସମାଜସେବା ଅନ୍ତରୀଣ କମିଟିକୁ ସବିତା ସାହୁ, ଶୈବାଳୀ ଦାଶ ଓ ହରିପ୍ରିୟା ପାଣିଗ୍ରାହୀ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି। ପ୍ରଜ୍ଞା ପରିମିତା ଦାଶ ସମାଜସେବା ଅନ୍ତରୀଣ କମିଟିର କାର୍ଯ୍ୟନିର୍ବାହୀ ଆବାହିକା ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଏକ ଉପଯୁକ୍ତ ସମାଜ ଗଠନ ଦିଗରେ ବ୍ରତୀ ହେବାପାଇଁ ସମସ୍ତ ସଭ୍ୟ ଶପଥ ନେଇଥିବା ବେଳେ ସଭ୍ୟ ସୁଜିତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ନାଟ ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.