ଶିକେରପାଟ୍ ମହୋତ୍ସବ ଉଦଯାପିତ

ବରୁଆ ବେଶରେ ସିକେରପାଟ ଦେବତାଙ୍କ ଆବିର୍ଭାବ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଖଡଙ୍ଗା ଅଞ୍ଚଳ (ଗମ୍ଭାରିଗୁଡା, ବିରାମୁଣ୍ଡା, ଜାମୁଟ, ଘୁନା ଗ୍ରାମ ପଞ୍ଚାୟତ) ଆନୁକୂଲ୍ୟରେ ଘୁନା ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ଆୟୋଜିତ ଶିକେର୍ ପାଟ୍ ମହୋତ୍ସବ ଉଦଯାପନୀ ଉତ୍ସବ ସମ୍ପନ୍ନ ହୋଇଯାଇଛି। ସୋମବାର ସନ୍ଧ୍ୟା ୮ଘଣ୍ଟା ସମୟରେ ଶିକେର୍ ପାଟ୍ ଙ୍କ ମୁଖ୍ୟ ପୂଜକଙ୍କ ଦ୍ବାରା ପୂଜାର୍ଚ୍ଚନା ପରେ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ମହୋତ୍ସବର ସଭାପତି ରୋହିତ କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗ ଦେଇ ଖଡଙ୍ଗା ଅଞ୍ଚଳର ଲୋକକଳା ସଂସ୍କୃତି ତଥା ପରମ୍ପରାକୁ ମନେ ପକାଇ ଉଦ୍ଜୀବିତ ଶିକେର ପାଟ ମହୋତ୍ସବର ଏକ ପ୍ରମୁଖ ମାଧ୍ୟମ ବୋଲି ନିଜର ବକ୍ତବ୍ୟ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଗୁଡଭେଳା ବ୍ଲକ କଂଗ୍ରେସ ସଭାପତି ମହୋ ନାଗ, ଗୁଡଭେଳା ବ୍ଲକ ଯୁବ କଂଗ୍ରେସ ସଭାପତି ଶ୍ରୀକାନ୍ତ ବାଗ, ସଇଁତଲା ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ସାହୁ, ବିଶିଷ୍ଟ ଶିଳ୍ପପତି କରୁଣାକର ସାହୁ,ମେଘନାଦ ଗୁପ୍ତା, ଘୁନା ପ୍ୟାକ୍ସ ସଭାପତି ଭୋପାଲ ରଣା, ଜାମୁଟ ପ୍ୟାକ୍ସ ସଭାପତି ଶଙ୍କର୍ଷଣ କର୍ମୀ, ବିରାମୁଣ୍ଡା ସରପଞ୍ଚ ସଂଯୁକ୍ତା ମାଝୀ, ଶିକ୍ଷାବିଡ ତଥା ଶିକ୍ଷକ ସଂଘ ର ସଭାପତି ନୀଳାଞ୍ଚଳ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ। ଏହି ପରିପେକ୍ଷୀରେ ସିକେରପାଟ ମହୋତ୍ସବକୁ ସହଯୋଗ କରି ଆସିଥିବା ହର କୁମ୍ଭାର, ଶ୍ୟାମ ଭୋଇ, ପଞ୍ଚାନନ ସାହୁ, ତୁଷୁରା ଆଇଆଇସି ସଂଜୀବ ପ୍ରଧାନ, ମହିନ୍ଦ୍ର ମାଝୀ, ମହାଦେବ ମାଝୀ, ଘନଶ୍ୟାମ ମାଝୀଙ୍କୁ ମଞ୍ଚରେ ଅତିଥିମାନେ ଉପଢୌକନ ସହ ସମ୍ମାନିତ କରିଥିଲେ।ଉଦଯାପନୀ ଉତ୍ସବରେ ସିକେରପାଟ ଯାତ୍ରାର ଦେବତା ଷୋହଳ ଭରନି ବଜାରେ ଶିକେରପାଟ ଦେହୁରୀଙ୍କୁ ବରୁଆ ବେଶରେ ସିକେରପାଟ ଦେବତା ଅଭିର୍ଭାବ ହୋଇଥିବା ଦେଖିବାକୁ ମିଳିଥିଲା। ଶିକେରପାଟ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଲା ଖଡଙ୍ଗା ଅଞ୍ଚଳ ଗାରିମାମୟ ଐତିହ୍ୟ, ପରମ୍ପରା ଅନନ୍ୟ ଏହାର ସଂସ୍କୃତି ଆଜି ମଧ୍ୟ ପୁର୍ନଃଜୀବିତ ହେଉଛି ଯାହାକି ଯୁବକ ଯୁବତୀ ମାନଙ୍କ ନୃତ୍ୟକଳା ପ୍ରଦର୍ଶନ, ଷୋହଳ ଭରନି ଗଣ୍ଡା ବାଜାର ମଞ୍ଚସ୍ଥ ରୁ ଜଣାପଡିଥିଲା ବୋଲି ମତପ୍ରକାଶ ପାଇଛି। ମଞ୍ଚକୁ ଅରୁଣ କୁମାର ହରପାଲ ପରିଚାଳନା କରିଥିବାବେଳେ ଚକାନନ୍ଦ କମ୍ଫ ଧନ୍ୟବାଦ ପ୍ରଦାନ କରିଥିଲେ। ଉଦଘୋଷକ ସୁଧିର ନାୟକ ସଂଯୋଜନା ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.