୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ, ଚୋରୀ ସାମଗ୍ରୀ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖରିଆର ରୋଡ ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି | ଏକ ଚୋରୀ କେସ ରେଜିଷ୍ଟର ହେବାର ୨୪ ଘଣ୍ଟା ମଧ୍ୟ ଆସାମୀଙ୍କୁ ଖରିଆର ରୋଡ ପୋଲିସ ଗିରଫ କରିବାରେ ସଫଳ ହୋଇଛି | ଏ ନେଇ ଜନସାଧାରଣରେ ଖରିଆର ରୋଡ ପୋଲିସକୁ ଭୁରି ଭୁରି ପ୍ରଶଂସା କରାଯାଉଛି | ତେବେ ପ୍ରକାଶ ଜେ ମଙ୍ଗଳବାର ଖରିଆର ରୋଡ ହିରୋ ସୋରୁମ ମାଲିକ ପ୍ରେମନାଥ ସାହୁ ଗଲା ରାତିରେ ତାଙ୍କର ସୋରୁମର ଷ୍ଟୋର ରୁମ ତାଲା ଭାଙ୍ଗି ଦୁର୍ବୁତ୍ତମାନେ କିଛି ସାମଗ୍ରୀ ଚୋରୀ ହୋଇଥିବା ନେଇ ଖରିଆର ରୋଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ | ତେବେ ଖରିଆର ରୋଡ ପୋଲିସ ଏ ନେଇ ୨୭/୨୦୨୪ରେ ଏକ ଚୋରୀ କେସ ରେଜିଷ୍ଟର କରି ତୁରନ୍ତ ଆକ୍ସନ ମୁଡ଼ରେ ଅଜଣା ଦୁର୍ବୁତ୍ତଙ୍କୁ ଖୋଜିଥିଲା | ଖରିଆର ରୋଡ ଆଇ ଆଇ ସି ଗୁରୁଦେବ କର୍ମୀଙ୍କ ନିର୍ଦେଶ କ୍ରମେ ଏସ ଆଇ ଅରବିନ୍ଦ ମେହେର ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ | ଯେଉଁଥିରେ ଏ ଏସ ଆଇ ପ୍ରତାପ କୋଲକା, ଏ ଏସ ଆଇ ରାମ କ୍ରିଷ୍ଣା, କନେଷ୍ଟବଳ ଅଶୋକ କୁମାର ମାଝୀ, ରାଜେଶ ଗୌଡ଼, ଗାୟତ୍ରୀ ଗୌଡ଼ ପ୍ରମୁଖ ସାମିଲ ଥିଲେ | ତେବେ ଏହି ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କେସ ରେଜିଷ୍ଟର ହେବାର ୨୪ ଘଣ୍ଟା ମଧ୍ୟରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି | ଗିରଫ ଦୁଇ ଅଭିଯୁକ୍ତ ହେଲେ ସ୍ଥାନୀୟ ଖରିଆର ରୋଡ଼ ଥାନା ଅନ୍ତର୍ଗତ ଗୋତମା ଗାଁର ସ୍ବର୍ଗୀୟ ଭବନ ସିଂ ଠାକୁରଙ୍କ ପୁଅ ସଞ୍ଜୟ ସିଂ ଠାକୁର (୨୪) ଏବଂ ପଡୋଶୀ ଛତିଶଗଡ ରାଜ୍ୟ ମହାଶମୁନ୍ଦ ଜିଲ୍ଲା କୋମାଖାନ ଥାନା ଅମେରା ଗାଁର ରେଖରାଜ ପାଣ୍ଡେଙ୍କ ପୁଅ କିଶୋର କୁମାର ପାଣ୍ଡେ (୨୮) | ଏହି ଦୁଇ ଅଭିଯୁକ୍ତଙ୍କୁ ଖରିଆର ରୋଡ ପୋଲିସ ଗିରଫ କରି ଟଙ୍କା ଠାରୁ ଚୋରୀ ହୋଇଥିବା ହିରୋ ଚେନ ସ୍ପୋକେଟ ୧୮ ଟି ଯାହାକି ଦୁଇଟି କାର୍ଟୁନରେ ଥିଲା, ହିରୋ ସିନଥେଟିକ ଇଂଜିନ ଅଏଲ ଯାହାକି ୩ ଟି କାର୍ଟୁନରେ ଥିଲା, ଚୋରୀରେ ବ୍ୟବହୃତ ହିରୋ ହାଫ ଡିଲକ୍ସ ମୋଟର ସାଇକେଲ ନଂ ଓଡି ୨୬ ଏଫ ୫୦୨୪ ସିଜ କରିଛି | ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ ଆଇ ଅରବିନ୍ଦ ମେହେର ସୂଚନା ପ୍ରଦାନ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.