ଦେବଗିରି ମଠ ପରିଦର୍ଶନରେ କଳାହାଣ୍ଡି ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି  ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ମଠ ପରିଦର୍ଶନ କରିଛନ୍ତି। ଶ୍ରୀମତୀ ରେଡ୍ଡୀ ଦେବଗିରି ମଠରେ ପହଞ୍ଚି ଉନ୍ନୟନ କାର୍ଯ୍ୟ ତଦାରଖ କରିବା ସହ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିଜୟ ଧଙ୍ଗଡାମାଝୀଙ୍କ ସହିତ କାର୍ଯ୍ୟର ପ୍ରଗତି ଉପରେ ଆଲୋଚନା କରିଥିଲେ। ଏହାପରେ ସେ ଗୁମ୍ଫା ମଧ୍ୟକୁ ଯାଇ କାଶି ବିଶ୍ୱନାଥ ମହାଦେବଙ୍କ ଦର୍ଶନ କରିଥିଲେ। ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ଗତିଶୀଳ ଦେବଗିରି ସଭ୍ୟତା ବିଷୟରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ସଞ୍ଜୟ ଧଙ୍ଗଡାମାଝୀ ସମ୍ୟକ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ଏହି ମଠର ଉନ୍ନତିକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କା ଅନୁଦାନ ଆସି କାମ ଚାଲିଛି। ଏହି କାର୍ଯ୍ୟ ସହ ମଠ ପାଇଁ ମଞ୍ଜୁର ହୋଇଥିବା ଅନ୍ୟାନ୍ୟ ଉନ୍ନୟନ କାମ ଶୀଘ୍ର ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳ ଟ୍ରଷ୍ଟ ବୋର୍ଡ ଓ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ନର୍ଲା ବିଡ଼ିଓ ରିପୁନାଥ ସୁନା, ଦେବଗିରି ମଠର ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ସଦସ୍ୟ ରଜନୀ ଗଉଡ, ବିଷ୍ଣୁ ଗଉଡ, ଶତ୍ରୁଘନ ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ମନ୍ଦିରର ପୁଝାରୀ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ପ୍ରଶାସନିକ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.