ଟ୍ରେନ ଯୋଗେ ଲାଞ୍ଜିଗଡରୋଡରୁ ଶହ ଶହ ଟନ୍ ଜାଲେଣୀ କାଠ ହେଉଛି ସପ୍ଲାଏ

କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବନ ବିଭାଗ

ହାତଗୁଞ୍ଜା ନେଇ ସହଯୋଗ କରୁଛି ରେଳବାଇ ପୋଲିସ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦିନଥିଲା କଳାହାଣ୍ଡି ଜିଲ୍ଲାର ଚାରିଆଡେ ଘଞ୍ଚ ଜଙ୍ଗଲ ଯୋଗୁଁ ଦିନବେଳା ମଧ୍ୟ ଗାଁ ଆଖପାଖରେ ବାଘ, ବିଲୁଆ, ଶିଆଳ ଭଳି ବନ୍ୟ ଜନ୍ତୁଙ୍କ ଚଳ ପ୍ରଚଳ ଥିଲା । ଜନସାଧାରଣଙ୍କ ସଚେତନତା ଅଭାବ ଓ ବନ ବିଭାଗ ଅଧିକାରୀଙ୍କ ଉଦାସୀନତା ଯୋଗଁ କ୍ରମେ କ୍ରମେ କଳାହାଣ୍ଡି ଜିଲ୍ଲା ଜଙ୍ଗଲ ଶୂନ୍ୟ ହେବାରେ ଲାଗିଲା । ଏହାବାଦ ଗ୍ରାମ୍ୟ ଜଙ୍ଗଲ କମିଟି ମାନଙ୍କ ତତ୍ୱାବଦାନରେ ରହିଥିବା କାଁ ଭାଁ ଅଳ୍ପକିଛି ଜଙ୍ଗଲ କାଠ ମାଫିଆ ମାନଙ୍କ ଲୋଳୁପ ଦୃଷ୍ଟିର ଶିକାର ଫଳରେ ତାହା ମଧ୍ୟ ଶେଷ ହେବାକୁ ବସିଲାଣି । ଅନ୍ୟପକ୍ଷେ ସରକାରଙ୍କର ଗରୀବ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ମନରେଗା ଯୋଜନା ଫେଲ ହୋଇଥିବା ହେତୁ ଲୋକେ ଜଙ୍ଗଲ ମୁହାଁ ହୋଇ ଜାଲେଣି କାଠ ସଂଗ୍ରହ କରି ପେଟ ପୋଷୁଥିବା ଦୈନନ୍ଦିନ ଘଟଣାରେ ପରିଣତ ହୋଇଛି । ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ବେଆଇନ ଇଟାଭାଟି ମାଫିଆ ମାନେ ଯାହାତ ଫାଇଦା ନେଇ ଜଙ୍ଗଲ ରୁ ମନଇଚ୍ଛା ଜାଲେଣି କାଠ ଆଣି ଇଟା ପୋଡୁଛନ୍ତି । ତତ୍ ସହିତ ବଡବଡ ବିଲ୍ଡିଙ୍ଗ ନିର୍ମାଣ ପାଇଁ ଛାତ ପକାଇବା ନିମନ୍ତେ ଟନ ଟନ “ବଲି କାଠ” ଲୋକ ଲଗାଇ ଆଣୁଛନ୍ତି ବିଲଡର ମାନେ । ଏଭଳି ଭାବରେ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ଜଙ୍ଗଲ ଧ୍ୱଂସ ର ଦ୍ୱାର ଦେଶରେ ପହଞ୍ଚି ସାରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରୋଡ ରେଳ ଷ୍ଟେସନରୁ ଟ୍ରେନ ଯୋଗେ ଶହ ଶହ ଟନ ଜାଲେଣୀ କାଠ କେସିଙ୍ଗା, ରୁପ୍ରାରୋଡ଼, ଟିଟିଲାଗଡ ଓ କଣ୍ଟାବାଞ୍ଜି ସହରକୁ ହୋଟେଲ ଗୁଡିକ ପାଇଁ ଯୋଗାଣ ଚାଲିଛି । ଏହା ଆଜିକାର ଘଟଣା ନୁହଁ । ଦୀର୍ଘ ବର୍ଷ ଧରି ଚାଲି ଆସୁଛି ଏ କାରବାର । କଳାହାଣ୍ଡି ଜିଲ୍ଲାର କର୍ଲାପାଟ, ଥୁଆମୂଳ ରାମପୁର, ମ.ରାମପୁର ଓ ଲାଞ୍ଜିଗଡ ଅଞ୍ଚଳରେ ଏବେ ବି ବଞ୍ଚି ରହିଛି ଅଳ୍ପ କିଛି ଜଙ୍ଗଲ । କେସିଙ୍ଗା, କଣ୍ଟାବାଞ୍ଜୀ, ଟିଟିଲାଗଡ ଓ ରୁପ୍ରାରୋଡ ଭଳି ବ୍ୟବସାୟୀକ ସହରକୁ ହୋଟେଲ ତଥା ବିଭିନ୍ନ ଫ୍ୟାକ୍ଟ୍ରି, ଭାଟି ପରିଚାଳନା ନିମନ୍ତେ ଆବଶ୍ୟକ ହେଉଥିବା ଶହ ଶହ ଟନ କାଠ ଲାଞ୍ଜିଗଡରୋଡ ରୁ ବିଶାଖାପାଟନମ- ରାୟପୁର ପାସେଞ୍ଜର ଓ ରାୟଗଡା- ସମ୍ବଲପୁର ଇଣ୍ଟରସିଟି ଟ୍ରେନ ଯୋଗେ ସପ୍ଲାଏ ହେଉଥିବା ଦେଖିବାକୁ ମିଳୁଛି । ଉପରୋକ୍ତ ସ୍ଥାନ ଗୁଡିକର ବ୍ୟବସାୟୀ ମାନେ ଦଲାଲ ମାନଙ୍କୁ ନିୟୋଜିତ କରି ଲାଞ୍ଜିଗଡରୋଡ ସ୍ଥାନୀୟ ଗରୀବ ଲୋକଙ୍କ ମାଧ୍ୟମରେ ପ୍ରତିଦିନ ଶହ ଶହ ଟନ ଜାଲେଣି କାଠ ରେଳବାଇ ପୋଲିସ୍ ମାନଙ୍କୁ ମାସିକ କୋଟା ହାତଗୁଞ୍ଜା ଦେଇ ଟ୍ରେନ ଯୋଗେ ଆଣୁଥିବା ଓ ବନ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ବିଷୟ କୁ ବୁଦ୍ଧିଜୀବୀ ମହଲରେ ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି । ୟେ ତ ଗଲା ଜାଲେଣି କାଠ ବ୍ୟବସାୟୀ ମାନଙ୍କ କେଳେଙ୍କାରୀ କଥା । କଳାହାଣ୍ଡି ଜିଲ୍ଲା ରେ ଭାରତର ଜନପ୍ରୀୟ ପ୍ରଧାନ ମନ୍ତ୍ରୀ ମୋଦୀଜୀଙ୍କର ଉଜ୍ୱଳା ଯୋଜନା ଫେଲ ମାରିଥିବା ଭଳି ପ୍ରତୀୟ ମାନ ହୁଏ । କାରଣ ଯେଉଁ ଗରୀବ ହିତାଧିକାରୀ ମାନଙ୍କୁ ଉଜ୍ୱଳା ଯୋଜନାର ଉପଭୋକ୍ତା ଭାବରେ ଚୟନ କରାଯାଇ ମାଗଣାରେ ତଥା ରିହାତିରେ ଗେସ ଚୁଲା ଓ ସିଲିଣ୍ଡର ପ୍ରଦାନ କରାଗଲା । ରନ୍ଧନ କରି ଗେସର ଅହେତୁକ ବୃଦ୍ଧି ଯୋଗୁଁ ସେମାନେ ଆଉ ଗେସ ଭରି ପାରିଲେ ନାହିଁ । ଶାଗ ମାଛ ଦରରେ ସିଲିଣ୍ଡର ସବୁ ବିକି ଦେଇ ପୁଣି ଜାଲେଣି କାଠର ଆଶ୍ରୟ ନେଇ ଚୁଲି ଫୁଙ୍କୁଛନ୍ତି ଓ ଜାଳକାଠ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେଇ ଜଙ୍ଗଲ ଧ୍ୱଂସ କରୁଛନ୍ତି । ଗତ ୧୦ ବର୍ଷ ତଳେ କଳାହାଣ୍ଡି ବନ ବିଭାଗ ତରଫରୁ ନର୍ଲାରୋଡ଼ ଷ୍ଟେସନ ରେ ଧରପଗଡ଼ କରାଯାଇ ଟ୍ରେନ ରୁ ୩୦ ଟନ ଜାଳେଣୀ କାଠ ଜବତ କରାଯାଇଥିଲା । ଏହା ପରଠୁ ଟ୍ରେନ ରେ ଜାଳେଣୀ କାଠ ବ୍ୟବସାୟୀ ମାଫିଆ ଙ୍କ ପ୍ରତି କୌଣସୀ ପଦକ୍ଷେପ ନେଉନି ବନ ବିଭାଗ କିମ୍ବା ରେଳବାଇ ପୋଲିସ । ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି କେବେ ଏହି କାଠ ମାଫିଆଙ୍କ ପ୍ରତି ପଦକ୍ଷେପ ନେବ ପ୍ରଶାସନ ?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.