ଶୃଙ୍ଖଳିତ ଭାବରେ ନର୍ଲାରେ ଚାଲିଛି ମ୍ୟାଟ୍ରିକ ପରୀକ୍ଷା

୧୩ ଗୋଟି କେନ୍ଦ୍ରରେ ୨୦୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ

ଓଡିଆ ବାର୍ତ୍ତା/କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ଆଜି ମଙ୍ଗଳବାର ଠୁଁ ଆରମ୍ଭ ହେଲା ମେଟ୍ରିକ ପରୀକ୍ଷା । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଞ୍ଚଳରେ ରହିଥିବା ୧୪ ଗୋଟି ସରକାରୀ ଓ ୧୫ ଗୋଟି ଅନୁଦାନପ୍ରାପ୍ତ ହାଇସ୍କୁଲ ଏଭଳି ୨୯ ଗୋଟି ଉଚ୍ଚ ବିଦ୍ୟାଳୟର ମୋଟ ୨୦୧୬ ଜଣ ଛାତ୍ରଛାତ୍ରୀ ୧୩ ଗୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷକ ମାନେ ସୁପରିଟେଣ୍ଡେଣ୍ଟ ଭାବରେ ଦାଇତ୍ୱ ନିର୍ବାହନ କରୁଛନ୍ତି । ୧୩ ଗୋଟି ପରୀକ୍ଷା କେନ୍ଦ୍ର ଡିୟୁଭିପି ତୁଳାପଡା ରେ ୧୬୭ ଜଣ, ମିଳିତ ପଞ୍ଚାୟତ ମୁସ୍କୁଟି ହାଇସ୍କୁଲ କେନ୍ଦ୍ରରେ ୯୧, ପଞ୍ଚାୟତ ସମିତି ହାଇସ୍କୁଲ ନର୍ଲାରେ ୨୪୭, ରାଧାକୃଷ୍ଣ ହାଇସ୍କୁଲ ଶାନ୍ତପୁରରେ ୧୪୦, ରୁପ୍ରାରୋଡ ହାଇସ୍କୁଲରେ ୨୧୧, ନିଶାଣପୁର ହାଇସ୍କୁଲରେ ୧୪୫, ସେରଗଡ ବିଦ୍ୟାପୀଠରେ ୧୨୫, ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ ରେ ୧୩୫, ପଲମ ଉଚ୍ଚ ବିଦ୍ୟାପୀଠରେ ୧୩୬, ପଞ୍ଚାୟତ ହାଇସ୍କୁଲ ସରିଆଁରେ ୧୬୬, ଉଲିକୁପା ସରକାରୀ ହାଇସ୍କୁଲରେ ୧୬୭, ଜେୟୁବିପି ରୁପ୍ରା କେନ୍ଦ୍ରରେ ୧୩୯ ଜଣ, ଘୋଡାବନ୍ଧରେ ୧୪୭ ଜଣ ଏଭଳି ମୋଟ ୨୦୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୪୨ ଜଣ ଅନୁପସ୍ଥିତ ରହିଥିବା ଜଣାପଡିଛି । ୨୦୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ରହିଥିବା ବେଳେ ସମସ୍ତ ୧୩ ଗୋଟି କେନ୍ଦ୍ରରେ ୨୦୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ଏବଂ ୪୨ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡିଛି । ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଭାବରେ ପଞ୍ଚାୟତ ସମିତି ହାଇସ୍କୁଲ ନର୍ଲା, ଡିୟୁଭିପି ତୁଳାପଡା, ଘୋଡ଼ାବନ୍ଧ ଓ ନିଶାଣପୁର ଏଭଳି ୩ ଗୋଟି କେନ୍ଦ୍ର ରହିଥିବାରୁ ଏହି କେନ୍ଦ୍ର ଓ ଅନୟ କେନ୍ଦ୍ର ଗୁଡିକରେ ଶିକ୍ଷା ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ପରୀକ୍ଷା ପରିଚାଳନା କରୁଥିବା ଜଣାପଡିଛି । ଏହି କ୍ରମରେ ବ୍ଲକ୍ ଶିକ୍ଷାଧିକାରୀ ତପିମଣି ଜାନୀ, ସହକାରୀ ବ୍ଲକ୍ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ସହକାରୀ ବ୍ଲକ୍ ଶିକ୍ଷାଧିକାରୀ ସୂର୍ଯ୍ୟଦେବ ବାଗ, ନବୀନ ଗଉଡ, ସୁଜିତ ପଣ୍ଡା, କ୍ଷୀରସିନ୍ଧୁ ବାଗ, ଦୁର୍ଗାମାଧବ କୁମାର, ବିରଞ୍ଚି ମାଝୀ, ଡମ୍ବରୁଧର ସାହୁ, ହେମଲତା ମାଝୀ, ଯୌବନ ହରିଜନ ପ୍ରମୁଖ ଅଧିକାରୀ ପର୍ଯ୍ୟବେକ୍ଷକ ଭାବରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଥିବା ବ୍ଲକ୍ ଶିକ୍ଷା ଧିକାରୀ ଶ୍ରୀ ଜାନୀ ସୂଚନା ପ୍ରଦାନ କରିବା ସହ ନର୍ଲାର ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ଅତି ସୁନ୍ଦର ଓ ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ପରିଚାଳିତ ହେଉଥିବା ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.