ରାଜ୍ୟପାଳଙ୍କୁ ଭାରତୀୟ ମଜଦୁର ସଂଘର ଦାବୀପତ୍ର ପ୍ରଦାନ

ଓଡିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ମଜଦୁର ସଂଘ ତରଫରୁ ମହାମହୀମ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସୋମବାର ମହାମହୀମ ରାଜ୍ୟପାଳଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ମହାମହୀମଙ୍କୁ ଭାରତୀୟ ମଜଦୁର ସଂଘ ରାଜ୍ୟ ସମ୍ପାଦକ ବିଶ୍ୱରଞ୍ଜନ ସାଙ୍କ ନେତୃତ୍ୱରେ ଭାରତୀୟ ମଜଦୁର ସଂଘ ବରିଷ୍ଠ କର୍ମକର୍ତ୍ତା ବିରଞ୍ôଚ ନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ପ୍ରମୋଦ ତପିଆ, ରାଜ୍ୟ ମହିଳା ଆୟାମ ଝୁନୁପମା ଶତପଥି, ସନ୍ୟାସ ପ୍ରଧାନ, ଅଙ୍ଗନୱାଡି ସଂଘ ଜିଲ୍ଲା ସମ୍ପାଦିକା ପ୍ରେମଲତା ସାମନ୍ତରାୟ, କୋଠାବାଡି ଜିଲ୍ଲା ସଭାପତି ଭବାନୀଶଙ୍କର ରାୁତ, ଜିଲ୍ଲା ସମ୍ପାଦକ ରାଧାକାନ୍ତ ବେହେରା ପ୍ରମୁଖ ଅଙ୍ଗନୱାଡି ମାନଙ୍କ ୯ ଦଫାର ଦାବୀ, ଆଶାକର୍ମିଙ୍କ ୫ ଦଫାର ଦାବୀ, ପାଚିକା ସହାୟିକା ମଜଦୁର ସଂଘର ୫ ଦଫାର ଦାବୀ ଉଜ୍ଜଳା କର୍ମଚାରୀ ସଂଘର ୩ ଦଫାର ଦାବୀ ସମ୍ବଳିତ ଏକ ଦାବୀ ପତ୍ର ନେଇ ମହାମହୀମ ରାଜ୍ୟପାଳ ରଘୁବର ଦାସଙ୍କୁ ପ୍ରଦାନ କରି ଏଥିପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.