କୋଠଘର ଆନୁକୂଲ୍ୟରେ ସରିତା ମହାପାତ୍ରଙ୍କର  କବିତା ପୁସ୍ତକ ‘ସ୍ୱପ୍ନ ଓ କଳ୍ପନାର -ପରୀ’ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କୋଠଘର ଆମ ସାହିତ୍ୟ ପରିବାର ଆନୁକଲ୍ୟାରେ କବୟତ୍ରୀ ସରିତା ମହାପାତ୍ରଙ୍କର ‘ସ୍ୱପ୍ନ ଓ କଳ୍ପନାର-ପରୀ’ ଲୋକାର୍ପଣ ଉତ୍ସବ ରେଡ଼କ୍ରସ ଭବନ ସଭାକକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ଅମ୍ବିକା ସ୍ବାଇଁ ଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ବର୍ଷୀୟାନ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ରାଜନେତା, ମହାନ୍ କବି ଡ.ପ୍ରସନ୍ନ ପାଟଶାଣୀ, ମୁଖ୍ୟ ବକ୍ତା ଭାବରେ ସୁସାହିତ୍ୟିକା, ଅନୁବାଦିକା, ଡ. ଶକୁନ୍ତଳା ବଳିଆର ସିଂହ, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ, ବିଶିଷ୍ଟ ସ୍ତମ୍ବକାର ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ଭାଷା ସାହିତ୍ୟର ଉନ୍ନତି ଦିଗରେ କୋଠଘରର ଅବଦାନକୁ ଭୁୟସୀ ପ୍ରଶଂସା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଲୋକାର୍ପିତ ପୁସ୍ତକର ସମୀକ୍ଷା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ କୋଠଘରର ଯୁଗ୍ମ ସମ୍ପାଦକ ଭାଷା ବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର । ଏହି ଅବସରରେ ଲେଖିକା ସୁଷମା ପରିଜାଙ୍କର ଦୁଇଟି ପୁସ୍ତକ ମଧ୍ୟ ଅତିଥିଙ୍କ କର କମଳରେ ଉନ୍ମୋଚିତ ହୋଇଥିଲା । କବି ସରିତା ମହାପାତ୍ର ଲେଖକୀୟ ଅଭିବ୍ୟକ୍ତି ପାଠ କରିଥିଲେ । ଲୋକାର୍ପିତ ପୁସ୍ତକ ରୁ କବିତା ଆବୃତ୍ତି କରିଥିଲେ କବୟିତ୍ରୀ ମମତା ବାରିକ, କୈଳାସ ଚନ୍ଦ୍ର ସାହାଣୀ, ସ୍ୱାତି ବାଳା ପଟ୍ଟନାୟକ, ମଞ୍ଜୁଲତା ସିଂ, ରାଜଶ୍ରୀ ନନ୍ଦ, ଭାରତୀ ପରିଡ଼ା, ଆଶାଲାତା ଦୀକ୍ଷିତ, ଡଃ ପ୍ରତାପ ରଞ୍ଜନ ମହାନ୍ତି, ରଶ୍ମି କର, ସୁଷମା ଦାଶ, ଲୋପାମୁଦ୍ରା ଜେନା ଇତ୍ୟାଦି ।

Udyog Nursery
Udyogi Nursery

ବହୁ ବିଶିଷ୍ଟ ସାହିତ୍ୟିକ କବି, ଡଃ ନଳିନୀ ପ୍ରଭା ମହାପାତ୍ର, ଅରୁଣ କୁମାର ବିଶ୍ୱାଳ, ଶରତ କୁମାର ମହାପାତ୍ର, ପ୍ରଭାତ କୁମାର ଦାସ, ସୁକୁମାର ସାମଲ, ଶଧଧର ପଣ୍ଡା,ଚୈତନ୍ୟ କୁମାର ମାଝୀ ଡଃ ଅଞ୍ଜଳି ତ୍ରିପାଠୀ, କାନନବାଳା ବାଳା ପଟ୍ଟନାୟକ, ଡ଼ଃ ସୁଚେତା ରାଉତ,ଶରତ କୁମାରୀ ପ୍ରଭୁତି ଉପସ୍ଥିତ ଥିଲେ ।ସ୍ୱାଗତ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ କଣ୍ଠଶିଳ୍ପୀ ହିମାଦ୍ରୀ ତନୟା ମିଶ୍ର । ଅନୁଷ୍ଠାନର ସମ୍ପାଦିକା ଅମ୍ବିକା ସ୍ବାଇଁ ମଞ୍ଚପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଆଶୁତୋଷ ମେହେର ଧନ୍ୟବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.