କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ବାଲେଶ୍ୱର ଗସ୍ତ

ଜିଲ୍ଲାର ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ମାନଙ୍କର କାର୍ଯ୍ୟର ନିରୀକ୍ଷଣ ଓ ସମୀକ୍ଷା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (କଟକ) ରଞ୍ଜନ କୁମାର ଦାସ ବାଲେଶ୍ୱର ଜିଲ୍ଲା ଗସ୍ତ କରି ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ମାନଙ୍କର ନିରୀକ୍ଷଣ ତଥା ସମୀକ୍ଷା ବୈଠକ କରିଥିଲେ। ଏହି ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଆଶୀଷ ଠାକରେ, ଅତିରିକ୍ତ ଜିଲ୍ଲାପାଳ  ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ବାଲେଶ୍ୱର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ ଓ ପ୍ରମୁଖ ବିଭାଗୀୟ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ନିରୀକ୍ଷଣରେ ସମସ୍ତ ବିଭାଗୀୟ କାର୍ଯ୍ୟର ତଦାରଖ କରିବା ସହିତ ସମସ୍ତ ରାଜସ୍ବର ସଠିକ୍ ପରିଚାଳନା କାର୍ଯ୍ୟ ବିଷୟରେ କମିଶନର ଶ୍ରୀଯୁକ୍ତ ଦାସ ସମସ୍ତ ଅଧିକାରୀଙ୍କ ଠାରୁ ସୂଚନା ଓ ମନ୍ତବ୍ୟ ନେଇଥିଲେ। ସମସ୍ତ କାର୍ଯ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ସଂକ୍ରାନ୍ତୀୟ ରାଜସ୍ବ ବିଷୟରେ ବିବରଣୀ ନେବା ପରେ ସମସ୍ତ ସରକାରୀ କାର୍ଯ୍ୟ ସମ୍ବନ୍ଧୀୟ ଖର୍ଚ୍ଚ ହେଉଥିବା ରାଜସ୍ବ ବିଷୟରେ ସବିଶେଷ ବିବରଣୀ ନେଇଥିଲେ I ତତ୍ ସହିତ ଶ୍ରୀଯୁକ୍ତ ଦାସ ରାଜସ୍ବକୁ ସଠିକ୍ ଭାବେ ବିନିଯୋଗ କରିବା ପାଇଁ ସମସ୍ତ ସରକାରୀ କର୍ମକର୍ତ୍ତାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଜିଲ୍ଲାର ସମସ୍ତ ଅଧିକାରୀ, ଜଳସେଚନ ବିଭାଗୀୟ ଯନ୍ତ୍ରୀ, ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଯନ୍ତ୍ରୀ ଏବଂ ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ଉନ୍ନତି ମୂଳକ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହିତ ସେ ସମସ୍ତ କାର୍ଯ୍ୟ ଗୁଡିକ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କିପରି ସମାପ୍ତ ହୁଏ ସେ ବିଷୟରେ ତଦାରଖ କରି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଶ୍ରୀଯୁକ୍ତ ଦାସ ଜିଲ୍ଲାରେ ହୋଇଥିବା ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସବିଶେଷ ବିବରଣୀ ନେବା ପରେ ଅନେକ ଗୁଡିଏ କାର୍ଯ୍ୟର ସଠିକ ଅଗ୍ରଗତି ଦେଖି ସନ୍ତୋଷ ପ୍ରକାଶ କରିଥିଲେ I

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.