ମା ଉଷାବାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ: ରୁପ୍ରା ଚାମ୍ପିଅନ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଉଲିକୁପା ଠାରେ ମା ଉଷାବାଲି କ୍ଲବ ତରଫରୁ ମାର୍ଚ୍ଚ ୧ରୁ ଚାଲିଥିବା ‘ମା ଉଷାବାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ’ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବ୍ଲକ ତଥା ବ୍ଲକ ବାହାରୁ ୧୬ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ରୁପ୍ରା ଓ ମହଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରୁପ୍ରା ଟସ୍ ଜିଣି ପ୍ରଥମ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୮ ଓଭରରେ ୪ ୱିକେଟ ହରାଇ ୯୨ ରନ କରିଥିଲା । ଜବାବରେ ମହଗାଁ ଏକାଦଶ ସମସ୍ତ ୱିକେଟ ହରାଇ ମାତ୍ର ୪୨ ରନ କରିବାରେ ସକ୍ଷମ ହୋଇଥିଲା । ରୁପ୍ରା ମ୍ୟାଚ ଜିଣି ଚାମ୍ପିଅନ ହୋଇଛି । ପୁରସ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମ୍ମାନୀତ ଅତିଥି ଭାବରେ ଉଲିକୁପା ସରପଞ୍ଚ ଦୀପାଞ୍ଜଳି ଶବର ଓ ନାଏବ ସରପଞ୍ଚ ରୀତା ମାଝୀ ଯୋଗଦାନ କରି ବିଜୟୀ ରୁପ୍ରାକୁ ଟ୍ରଫି ସହ ୧୬,୦୦୦ ଟଙ୍କା ଓ ଉପବିଜେତା ମହଗାଁକୁ ଟ୍ରଫି ସହ ୮,୦୦୦ ନଗଦ ଟଙ୍କା ପ୍ରଦାନ କରିଥିଲେ । ଆୟୋଜକ କ୍ଲବର ସଭାପତି ପର୍ଶୁରାମ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଶଶି ମାଝୀ ଫାଇନାଲ ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିବା ବେଳେ ସ୍କୋରବୋର୍ଡ ଦାଇତ୍ୱରେ ଦୁର୍ଯ୍ୟୋଧନ ଶବର ଓ ଉମାକାନ୍ତ ସୁନା ରହି ସ୍କୋର ପରିଚାଳନା କରିଥିଲେ । କ୍ଲବର ବରିଷ୍ଠ ସଦସ୍ୟ ଯୋଗେନ୍ଦ୍ର ମାଝୀ, ତେଜ ମାଝୀ, ଯଶୋବନ୍ତ ଓ ଅନ୍ୟ ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.