ନର୍ଲାରୋଡ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିରରେ ମହାଶିବରାତ୍ରୀ: ୧୬ ପ୍ରହର ନାମଯଜ୍ଞ ଆରମ୍ଭ, ଶୁକ୍ରବାର ରାତ୍ର ୧୦.୩୦ରେ ଚଢ଼ିବ ମହାଦୀପ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶୁକ୍ରବାର ମହାଶିବରାତ୍ରୀ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସମସ୍ତ ଶୈବପୀଠ ଗୁଡିକରେ ଏଥିପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି । ଶିବ ମନ୍ଦିର ପରିଚାଳନା କମିଟି ଓ ଶୈବ ଭକ୍ତ ମାନେ ଦିନରାତି ଏକ କରି ଶିବ ମନ୍ଦିର ଗୁଡିକ ସାଜସଜ୍ଜା ଓ ପୁଜା ପାଇଂ ପ୍ରସ୍ତୁରେ ଲାଗିପପିଥିବା ଦେଖରବାକୁ ମିଳିଛି । ଏହି କ୍ରମରେ ନର୍ଲାରୋଡ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରରେ ମଧ୍ୟ ଶିବରାତ୍ର ପାଳନ, ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ବ୍ୟବସ୍ଥାରେ କମିଟି ସଦସ୍ୟ ମାନେ ଲାଗିପଡିଥିବା ଦେଖିବାକୁ ମିଳିଛି । ନର୍ଲାରୋଡ ଶିବରାତ୍ର ଉପଲକ୍ଷେ ୧୬ ପ୍ରହର ନାମଯଜ୍ଞର ମଧ୍ୟ ଆୟୋଜିତ ହୋଇଛି । ନାମଯଜ୍ଞ ପାଇଁ ବୁଧବାର ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଜି ଗୁରୁବାର ସକାଳ ୭.୩୨ ସମୟରେ ନାମାରମ୍ଭ ହୋଇଛି । ଏହି ୧୬ ପ୍ରହର ନାମ ଯଜ୍ଞରେ ଆଖପାଖର ୮ ଗୋଟି ସଂକିର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିବା କମିଟି ସୂତ୍ରରୁ ଜଣା ପଡିଛି । ଶିବ ମନ୍ଦିର ପରିଚାଳନା କମିଟିର ସଭାପତି ଥବିରାମ ବୁଦ୍ଧିଆ ଓ ସମ୍ପାଦକ ପରମା ବୁଦ୍ଧିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୬ ପ୍ରହର ନାମଯଜ୍ଞ ଓ ଶିବରାତ୍ର ପାଳନ କରାଯାଉଛି । ଏଥିରେ ବରିଷ୍ଠ ସଦସ୍ୟ ହମେଶ କୁମାର ଜୈନ, ବିମଲ କୁମାର କେଡିଆ, ନନ୍ଦ କିଶୋର ଜେନା, ରମେଶ ମହାରଣା, ମଧୁସୁଦନ ରାଉତ, ବିନାୟକ ମହନ୍ତ, ବିଜୟ ବୁଦ୍ଧିଆଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି । ନାମଯଜ୍ଞର ପୂଜକ ଭାବରେ ବ୍ରହ୍ମା ପଣ୍ଡିତ ସନ୍ତୋଷ ରଥ ରହି ପୂଜନ କାର୍ଯ୍ୟ ପରିଚାଳନା କରୁଥିବା ବେଳେ କଲ୍ପତରୁ ପାଢୀ ଜପକ ଦାଇତ୍ୱରେ ରହିଛନ୍ତି । ସର୍ଗିଗୁଡାର ସଂକୀର୍ତ୍ତନ ପଧାନ ଓ ସବିତା ପଧାନ ଦମ୍ପତି କର୍ତ୍ତା ଦାଇତ୍ୱରେ ରହି ପୂଜା କାର୍ଯ୍ୟ ପରିଚାଳନା କରୁଥିବା ଦେଖିବାକୁ ମିଳିଛି । ଆସନ୍ତା କାଲି ଶୁକ୍ରବାର ଅଖଣ୍ଡ ହରିନାମ ସଂକୀର୍ତ୍ତନ ଚାଲିବ । ଶନିବାର ସକାଳ ୭.୩୨ ସମୟରେ ନାମ ଛାଡିବା ସହିତ ପୂର୍ଣ୍ଣାହୂତି ପଡିବ ବୋଲି ସୂଚନା ମିଳିଛି । ଶିବରାତ୍ର ଶୁକ୍ରବାର ରାତ୍ର ୧୦.୩୦ ଘଣ୍ଟା ସମୟରେ ମହାଦୀପ ଚଢିବ ବୋଲି ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.