ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନ ତରଫରୁ ବିଦ୍ୟାଳୟ ସ୍ତରୀୟ ମୋ ସ୍କୁଲ ଉତ୍ସବ ବିଦ୍ୟାଳୟର ସଭାପତି ଉମାଶଙ୍କର ଦୀପଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୋ ସ୍କୁଲର ଅଧ୍ୟକ୍ଷ ଅରବିନ୍ଦ ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ସିଆରସିସି ରମାକାନ୍ତ ମାଝୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଉପସଭାପତି ପୂର୍ଣ୍ଣମୀ ରାଉତ ଉପସ୍ଥିତ ରହିଥିଲେ। ମୋ ସ୍କୁଲ କାର୍ଯ୍ୟକ୍ରମ ମାଧ୍ୟମରେ ରେଙ୍ଗାଲପାଲି ବିଦ୍ୟାଳୟର ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ଦ୍ବିତୀୟ ପର୍ଯ୍ୟାୟରେ ୭୨ ହଜାର ତୃତୀୟ ପର୍ଯ୍ୟାୟରେ ୨୦ ହଜାର ସହ ସହ ୧,୩୨,୬୦୦ ଟଙ୍କାର ୨୬୦୦ ଖଣ୍ଡ ବହି ପୁରାତନ ଛାତ୍ରଙ୍କ ଦ୍ଵାରା ଯୋଗାଇ ଦିଆଯାଇଛି। ବିଦ୍ୟାଳୟର ସ୍ବେଚ୍ଛାସେବୀ ଶିକ୍ଷୟିତ୍ରୀ ଧରିତ୍ରୀ ଦାସ, ଦିବ୍ୟ ମଞ୍ଜରୀ ଦୁର୍ଗା, ନିବେଦିତା ବାଣୁଆ, ଏବଂ ବରିଷ୍ଠ ସ୍ବେଚ୍ଛାସେବୀ ଶିକ୍ଷକ ଉଦ୍ଧବ ବାଗ ରୀତିମତ ବିଦ୍ୟାଳୟରେ ଆସି ସ୍ବେଛାକୃତ ଭାବେ ସେବା ଯୋଗାଇ ଆସୁଛନ୍ତି। ଏମାନଙ୍କର କୃତିତ୍ବକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଉପସ୍ଥାପନ କରିଥିଲେ। ଜିଲ୍ଲାସ୍ତରରେ ଶ୍ରେଷ୍ଠ ଆଲୁମିନା, ବ୍ଳକ ସ୍ତରରେ ଶ୍ରେଷ୍ଠ ବିଦ୍ୟାଳୟ ଭାବରେ ଏହି ସ୍କୁଲ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କରିଛି। କାର୍ଯ୍ୟକ୍ରମରେ ଅର୍ଦ୍ଧାଧିକ ପୂରାତନ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.