ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବାଞ୍ଜିପଦର ଠାରେ ମୋ ସ୍କୁଲ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ବାଞ୍ଜିପଦର ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ମୋ ସ୍କୁଲ ଉତ୍ସବ ଗୁରୁବାର ଦିନ ପାଳିତ ହୋଇଯାଇଛି। ବିଦ୍ୟାଳୟରର ପ୍ରଧାନ ଶିକ୍ଷକ ଟିକେରାମ ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସହ ଶିକ୍ଷକ ସୁବାଷ ଚନ୍ଦ୍ର ବିଶି, ନିରାକାର ବିଶି, କୃପାସିନ୍ଧୁ ସାହୁ, ପକ୍ଷିରାଜ ନାଏକ, ମାନସ ରଞ୍ଜନ ସାହୁ, ଆର୍ତ୍ତତ୍ରାଣ ବଗର୍ତ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ବଗର୍ତ୍ତୀ ଏହି ଉତ୍ସବର ଆଭିମୁଖ୍ୟ ପ୍ରତିପାଦନ କରି କହିଥିଲେ ଯେ, ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ସହ ସଂଯୋଗ କରିବାର ପରିକଳ୍ପନା କରି ଆରମ୍ଭ କରିଥିଲେ ‘ମୋ ସ୍କୁଲ ଅଭିଯାନ’। ଏହି ସଂଯୋଗି କରଣ ମାଧ୍ୟମରେ ରାଜ୍ୟର ସମସ୍ତ ବିଦ୍ୟାଳୟ ବିକଶିତ ହୋଇପାରିଛି। ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ଅର୍ଥ ଦାନ, ସେବା ଦାନ ଓ ସ୍ନେହ ଭଲ ପାଇବା ଯୋଗୁଁ ବିଦ୍ୟାଳୟର କଳେବର ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଉଅଛି। ତେଣୁ ଆମ ବିଦ୍ୟାଳୟ ବିକାଶ ପାଇଁ ଆପଣ ମାନଙ୍କ ଅର୍ଥଦାନ, ସେବାଦାନ ଓ ସ୍ନେହ, ଭଲପାଇବା ଥିବାରୁ ସମସ୍ତଙ୍କୁ ପ୍ରଶଂସା କରିବା ସହ ଆଗକୁ ମଧ୍ଯ ଏହି ଧାରା ଜାରି ରଖିବା ପାଇଁ ଉପସ୍ଥିତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ। ଉକ୍ତ ଉତ୍ସବରେ ପୁରାତନ ଛାତ୍ର ମନବୋଧ ବିଶି, ଭରତ ମାଝୀ, ଯୋଗେଶ୍ଵର ମାଝୀ, ଡୋଳାମଣି ରତାଇ, ହେମନ୍ତ ମେହେର, ରୋହିତ କୁମାର ବିଶି, ବେଦବର ପ୍ରଧାନୀ, ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପୁରାତନ ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ପ୍ରେରିତ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଭାବେ ଟିଟିଲାଗଡ଼ ବ୍ଲକ ଘଣ୍ଟବାହାଲି ସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ଛତରଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁରୂପ ଭାବେ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ କାନିଜୁରୀରେ ପ୍ରଧାନ ଶିକ୍ଷକ ବେଲାରସେନ ଚନ୍ଦନ ଓ ବିନ୍ଧ୍ୟବାସିନୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଭାଲେଗାଁର ପ୍ରଧାନ ଶିକ୍ଷକ ଶୋଭାକର ଚନ୍ଦନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ନିଜ ନିଜ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତରେ ମୋ ସ୍କୁଲ ଉତ୍ସବ ସଫଳତାର ସହ ସମାପନ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.