ନର୍ଲାରୋଡର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ଶିବରାତ୍ରୀ ପାଳିତ

ରାତି ୧୧ ଟାରେ ଉଠିଲା ମହାଦୀପ

ସକାଳ ୭.୩୨ ରେ ନାମଯଜ୍ଞର ପୂର୍ଣ୍ଣାହୂତି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି ମହାଶିବରାତ୍ରୀ। ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଜାଗର ଜାଳି ଉଜାଗରରେ ବସିଥିଲେ। ଲାଣ୍ଡି ଡୁଙ୍ଗୁରି ସ୍ଥିତ ଶିବ ମନ୍ଦିର ପରିସର ଭକ୍ତ ସମାଗମରେ ଭରି ଉଠିଥିଲା। ନର୍ଲାରୋଡର ବିମଲ କୁମାର କେଡ଼ିଆ ଦମ୍ପତି ମହାଦୀପ ଓ କଳସ ମୁଣ୍ଡେଇ ମନ୍ଦିର ବେଢା ପରିକ୍ରମା କରିଥିଲେ। ମହାଦୀପ ସହିତ ସଂକୀର୍ତ୍ତନ ମଣ୍ଡଳୀ ଓ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମନ୍ଦିର ପରିକ୍ରମା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାତ୍ର ୧୧ ଘଣ୍ଟା ସମୟରେ ମହାଦୀପ ଉଠିଥିଲା। ହରହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ମନ୍ଦିର ପରିସର। ଏଥିରେ ସାମୁହିକ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ନର୍ଲାରୋଡ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପରିଚାଳନା କମିଟିର ସଭାପତି ଥବିରାମ ବୁଦ୍ଧିଆ ଓ ସମ୍ପାଦକ ପରମା ବୁଦ୍ଧିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଶିବରାତ୍ର ପାଳନ କମିଟିର ନେତୃତ୍ୱରେ ଶିବରାତ୍ର ପାଳନ ହୋଇଥିବା ବେଳେ କମିଟିର ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳ, ନନ୍ଦକିଶୋର ଜେନା, ରମେଶ ମହାରଣା, ବିନାୟକ ମହନ୍ତ, ରାଜା ପରିଡ଼ା, ମଧୁସୁଦନ ରାଉତ, ବିଜୟ ବୁଦ୍ଧିଆ, ବିମଲ କୁମାର କେଡିଆ, ସୁବାଷ ବରାଡ, ସୁବାସ ସାହୁ (ପାଣ୍ଡା), ରଜିନ ସାହୁ, ବିଶ୍ଵାମିତ୍ର ସାହୁ, ନୀଳକଣ୍ଠ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନୃସିଂହଚରଣ ପାଢ଼ୀ, ସୁରେଶ ପାଢ଼ୀ ଓ ଦେବୁ ପାଢ଼ୀ ପୂଜକ ପଣ୍ଡିତ ଭାବରେ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ। ଶିବରାତ୍ର ଅବସରରେ ୧୬ ପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅଞ୍ଚଳର ୮ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତ୍ତନ କରିଥିଲେ। ନାମଯଜ୍ଞର ପୂଜା କର୍ତ୍ତା ଭାବରେ ସବିତା ପଧାନ ଓ ସଂକୀର୍ତ୍ତନ ପଧାନ ଦମ୍ପତି ଦାଇତ୍ଵ ନିର୍ବାହନ କରିଥିଲେ। ଗୁରୁବାର ସକାଳ ୭.୩୨ ରେ ଅଖଣ୍ଡ ନାମ ଆରମ୍ଭ ହୋଇଥିଲା। ଶନିବାର ସକାଳ ୭.୩୨ ରେ ନାମଯଜ୍ଞର ପୂର୍ଣ୍ଣାହୂତି ପଡିଛି। ଶିବରାତ୍ରୀରେ ୫ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।

Udyog Nursery
Udyogi Nursery

ସାରା ଦେଶର ଶୈବପୀଠ ଗୁଡିକରେ ଶିବରାତ୍ରୀ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ଶୈବପୀଠ ଗୁଡିକରେ ମଧ୍ୟ ମହା ଶିବରାତ୍ରୀ ଆଡମ୍ବର ସହକାରେ ପାଳିତ ହୋଇଥିଲା। ବଡି ଭୋରରୁ ଶିବମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିତ ଦେଖିବାକୁ ମିଳିଥିଲା। ନର୍ଲା ଅଞ୍ଚଳରେ ରହିଥିବା ଶୈବପୀଠ ଗୁଡିକ ମଧ୍ୟରେ ନର୍ଲା, ନର୍ଲାରୋଡ ନୀଳ କଣ୍ଠେଶ୍ୱର ଶିବ ମନ୍ଦିର, ଦେବଗିରୀ ମଠସ୍ଥିତ ଶୈବ ପୀଠ, ଖମ୍ବପଡା, ତୁଳାପଡା, ବିଲାଟ୍, କେରାଣ୍ଡିଖୁଣ୍ଟି, ଭୀମକେଲା, ତୁଳାପଡା, ଛତିକୁଡା, ମାଣ୍ଡେଲ, ସାନ ଗୁଣ୍ଡରୀ, ଦେହେଲି ପ୍ରଭୃତି ଶିବ ମନ୍ଦିର ଗୁଡିକରେ ଶିବରାତ୍ର ଯୋଗୁଁ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ନର୍ଲାରୋଡ଼, ତୁଳାପଡ଼ା, ମାଣ୍ଡେଲ, ସାନ ଗୁଣ୍ଡରୀ ପ୍ରଭୃତି ସ୍ଥାନରେ ଶିବରାତ୍ରୀ ଉପଲକ୍ଷେ ନାମଯଜ୍ଞ ଅନୁଷ୍ଠିତ ହୋଇଥଲା। ମହା ଶିବରାତ୍ରୀ ଅବସରରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ, ଆଦିବାସୀ ଯୁବ ନେତୃତ୍ୱ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ପ୍ରମୁଖ ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.